ସାମ୍ୱାଦିକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା, ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ  ଭୁବନେଶ୍ୱର କମିଶନରେଟ ପୁଲିସ ଆଜି ଏସ୍‌ପ୍ଲାନେଡ୍‌ର ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି। ତେବେ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଇଥିବା ମଲ୍‌ର ବରିଷ୍ଠ ଅଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ତାଙ୍କ ଗିରଫ ଦାବିରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଏସ୍‌ପ୍ଲାନେଡ୍‌ ଆଗରେ ଧାରଣାରେ ବସିଛନ୍ତି। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସ୍‌ପ୍ଲାନେଡ୍‌ରେ ବେଆଇନ୍‌ ପାର୍କିଂ […]

bbsr

bbsr

Manoranjan Sial
  • Published: Sunday, 29 December 2019
  • Updated: 29 December 2019, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ  ଭୁବନେଶ୍ୱର କମିଶନରେଟ ପୁଲିସ ଆଜି ଏସ୍‌ପ୍ଲାନେଡ୍‌ର ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି। ତେବେ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଇଥିବା ମଲ୍‌ର ବରିଷ୍ଠ ଅଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ତାଙ୍କ ଗିରଫ ଦାବିରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଏସ୍‌ପ୍ଲାନେଡ୍‌ ଆଗରେ ଧାରଣାରେ ବସିଛନ୍ତି।

ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସ୍‌ପ୍ଲାନେଡ୍‌ରେ ବେଆଇନ୍‌ ପାର୍କିଂ ଫି’ ଆଦାୟ କରାଯାଉଥିଲା। ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ‘ଅର୍ଗସ’ ୱେବ୍‌ ଚ୍ୟାନେଲର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ ଗତକାଲି ଏସ୍‌ପ୍ଲାନେଡ୍‌କୁ ଯାଇଥିଲେ। ଏହି ସମୟରେ ସିକ୍ୟୁରିଗାର୍ଡ଼ମାନେ ତାଙ୍କୁ ଆକ୍ରମଣ ହୋଇଥିଲେ। ଏପରିକି ସ୍ୱାତୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରାଯାଇଥିଲା। ବୁମ୍‌ ଛଡାଇ ନେଇ ଉଭୟଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲା। ଏସ୍‌ପ୍ଲାନେଡ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଏସ୍‌ପ୍ଲାନେଡ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଅର୍ଗସ୍‌ ସାମ୍ୱାଦିକ ସ୍ୱାତୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ତେବେ ବିବାଦ ବଢ଼ୁଥିବା ଦେଖି କମିଶନରେଟ୍‌ ଆଜି ମଲ୍‌ର ଦୁଇ ଜଣ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତଙ୍କ ଏବେ ମଧ୍ୟ ଫେରାର ହୋଇଛି।

ସେପଟେ ବେଆଇନ୍‌ ପାର୍କିଂ ଫି’କୁ ନେଇ କମିଶନରେଟ୍ ପୁଲିସ ତଦାରଖ କରୁଛି। ହାଇକୋର୍ଟ ପକ୍ଷରୁ ଅନୁମତି ଥିବା ନେଇ ଯୁକ୍ତି ବାଢ଼ିଥିବା ମଲ୍‌ ପକ୍ଷକୁ ଅନୁଧ୍ୟାନ ହେଉଥିବା ଡିସିପି ଅନୁପ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos