ସ୍ତ୍ରୀକୁ ହାଣିଲା, ଜନ୍ମକଲା ଛୁଆକୁ ବି ଛାଡିଲାନି
- Published: Monday, 23 April 2018
- , Updated: 23 April 2018, 10:36 AM IST
<p>ସମ୍ବଲପୁର(ଓଡିଶା ରିପୋର୍ଟର): ସମ୍ବଲପୁରରେ କୋର୍ଟ ପରିସରରେ ସୋମବାର ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଗୁରୁତର ଅବସ୍ଥାରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>
<p>ଖବରରୁ ଜଣାପଡିଛି ଯେ, ପରିବାରିକ କଳହ ଯୋଗୁ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ପୀଡିତା କୋର୍ଟଙ୍କ ଦ୍ୱରସ୍ତ ହୋଇଥିଲେ। ସୋମବାର ଫ୍ୟାମିଲି କୋର୍ଟକୁ ମହିଳା ଜଣକ ନିଜ ଶିଶୁ ଓ ମା’ଙ୍କ ସହ ଆସିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ରକ୍ତମୁଖା ହୋଇ କୋର୍ଟ ପରିସରରୁ ପଶି ଆସିଥିଲା। କାଉନ୍‌ସେଲିଂ ପାଇଁ ଆସିଥିବା ପତ୍ନୀଙ୍କୁ ଏକ ଭୁଜାଲିରେ ହାଣି ପକାଇଥିଲା। ରକ୍ତମୁଖା ହୋଇ ଛୋଟ ଶିଶୁଟିକୁ ମଧ୍ୟ ଛାଡି ନ ଥିଲା। ସମ୍ପର୍କୀୟମାନେ ଏହା ଜାଣିପାରି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ମଧ୍ୟ ଅଭିଯୁକ୍ତଙ୍କୁ କାବୁ କରି ନେଇଛି।</p>