ବାଙ୍କୀ (ସଞ୍ଜିବ ନାୟକ): ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ୧୨ ବର୍ଷର ଝିଆରିଙ୍କୁ ସମ୍ପର୍କୀୟ ଦାଦା କଲା ଦୁଷ୍କର୍ମ ଉଦ୍ୟମ। ଏପରି କଳଙ୍କିତ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅଞ୍ଚଳରେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଙ୍କୀ ଥାନାରେ ନାଚ ପାଟି ପଡ଼ିଛି। ରାତିରେ ଗାଁର ଅଧିକାଂଶ ଲୋକ ନାଚ ଦେଖିବାକୁ ଯାଇଥିଲେ। ଆଜି ସକାଳେ ନାଚ ଦେଖି ଆସି ଘରେ ଶୋଇଥିଲେ। ଆଉ କିଛି ପରିବାର ଲୋକେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନାବାଳିକା ଜଣକ ସମ୍ପର୍କୀୟ ଦାଦା ପଦ୍ମନାଭ ସାହୁଙ୍କ ଘରକୁ ଆସିଥିଲେ। ନାବାଳିକାଙ୍କୁ ଏକୁଟିଆ ପାଇଁ ପଦ୍ମନାଭ ନାବାଳିକା ତାଙ୍କୁ ଏକ ଘର ଭିତରକୁ ଟେକିନେଇ କବାଟ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ସାହି ପଡ଼ିଶା ଆସି କବାଟ ବାଡେଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ନାବାଳିକାଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।