ଅଡ଼ିଓ ଟେପ୍‌ ଖୋଲିଦେଲା ‘ବୈଜୟନ୍ତ-ବିରୋଧୀ’ ‘ବିଜେଡ଼ି-ଷଡ଼ଯନ୍ତ୍ର’ର ଗୁମର

Ordigital Desk
  • Published: Thursday, 19 April 2018
  • , Updated: 19 April 2018, 05:24 PM IST
<p>ଭୁବନେଶ୍ୱର(ଓଡ଼ିଶା ରୋପିର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଶାସକ ବିଜେଡ଼ିରେ ବହୁତ ବଡ଼ ଷଡ଼ଯନ୍ତ୍ର ଚାଲିଥିଲା। ଏ ସମ୍ପର୍କରେ ପ୍ରେସମିଟ କରି ଖୁଲାସା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ୍ ପୂର୍ବତନ ସଭାପତି ମହମ୍ମଦ ସଲିମ ଖାନ୍। ସଲିମଙ୍କ କହିବା ଅନୁସାରେ କିଛିଦିନ ପୂର୍ବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦେବାଶିଷ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଏକ ପ୍ରେସମିଟ କରିଥିଲେ। ଯେଉଁ ପ୍ରେସମିଟ ଜରିଆରେ ସେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଅନେକ ଅଭିଯୋଗ ଆଣିଥିଲେ। ପୂର୍ବରୁ ଏହି ବ୍ୟକ୍ତି ଜଣ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଥିଲେ। ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଇଙ୍ଗିତରେ ଦେବାଶିଷ ମଲିକ ଏଭଳି କରିଥିବା ମହମ୍ମଦ ସଲିମ ଖାନ୍ କହିଛନ୍ତି। ଏହି ଷଡ଼ଯନ୍ତ୍ରରେ ଦେବାଶିଷ ମଲ୍ଲିକ ମୋତେ ଟାଣିବାକୁ ଉଦ୍ୟମ କରିଥିଲେ ବୋଲି ମହମ୍ମଦ ସଲିମ ଖାନ୍ କହିଛନ୍ତି। ଏଥିପାଇଁ ଦେବାଶିଷ ମଲ୍ଲିକଙ୍କ ଜରିଆରେ ବିଭିନ୍ନ ଧମକ ଚମକ ଓ ଲୋଭ ଦେଖାଇଥିଲେ ପ୍ରଣବ ପ୍ରକାଶ ଦାସ।</p> <p>ଏପରି ପରିସ୍ଥିତିରେ ନିଜର ତଥା ନିଜ ପରିବାରକୁ ସୁରକ୍ଷା ପାଇଁ ମହମ୍ମଦ ସଲିମ ଖାନ୍ ଦାବି କରିଛନ୍ତି। ନବୀନ ବାବୁ ଏ ଷଡ଼ଯନ୍ତ୍ରକୁ ବୁଝନ୍ତୁ ଓ ଷଡ଼ଯନ୍ତ୍ରକାରୀଙ୍କ ଠାରୁ ଦଳକୁ ବଞ୍ଚାନ୍ତୁ ବୋଲି ସେ କହିଛନ୍ତି। ପ୍ରେସମିଟରେ ଏକ ଅଡିଓ ଟେପ୍ ବି ଜାରି କରି ସଲିମ ବିଜେଡ଼ି ଦଳ ଏବଂ ବିଶେଷ କରି ପ୍ରଣବ ପ୍ରକାଶ ଦାସଙ୍କୁ ଅଡ଼ୁଆରେ ପକାଇଦେଇଛନ୍ତି। ପ୍ରଣବ ପ୍ରକାଶ କିଭଳି ଷଡ଼ଯନ୍ତ୍ର କରି ବୈଜୟନ୍ତଙ୍କ ସହଯୋଗୀଙ୍କୁ ବିଭିନ୍ନ ଧମକ ଚମକ ଓ ପ୍ରଲୋଭିତ କରି ତାଙ୍କ ଠାରୁ ଦୂରେଇ ନେଉଛନ୍ତି ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ଦେବାଶିଷ ମଲ୍ଲିକଙ୍କ ସହ ମହମ୍ମଦ ସଲିମ ଖାନଙ୍କ ଫୋନ୍ କଲ୍&zwnj;ର ବାର୍ତ୍ତାଳାପ ଏହା ସ୍ପଷ୍ଟ କରିଛି।</p>

Related story