ଦେବଗଡ଼ : ଓଡ଼ିଶା ରାଜ୍ୟ ବ୍ଲକଗ୍ରାଣ୍ଡ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଅଗଷ୍ଟ ୧୮ ତାରିଖରୁ ସାରା ରାଜ୍ୟରେ ସମସ୍ତ ବ୍ଲକଗ୍ରାଣ୍ଡ ହାଇସ୍କୁଲ ଗୁଡ଼ିକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଦେବଗଡ଼ ଜିଲ୍ଲା ବ୍ଲକଗ୍ରାଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ରାଜ୍ୟ ସମିତି ଏହି ଘୋଷଣା କରିଛି । ଓଡ଼ିଶାରେ ୨୬୩୩ ଟି ହାଇସ୍କୁଲ ଥିବା ବେଳେ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ୪,୫୦,୦୦୦ ଛାତ୍ର ଛାତ୍ରୀ ଅଛନ୍ତି । ସରକାରଙ୍କ ଅବହେଳା ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବହୁ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରୁନି ସୁବିଧାସୁଯୋଗ । ଏହା ସହ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ମଧ୍ୟ ଠିକ ସମୟରେ ଦରମା ମିଳୁନାହିଁ । ଏସବୁ ସମସ୍ୟା ଯୋଗୁ ବର୍ତ୍ତମାନ ବହୁ ସରକାରୀ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ଦେଖା ଦେଇଛି। ସରକାରଙ୍କ ଉଦାସୀନତା ମନୋବୃତ୍ତି ଯୋଗୁ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ଉପରେ । ଛାତ୍ରଛାତ୍ରୀମାନଙ୍କ ସମସ୍ତ ସୁବିଧା ସୁଯୋଗ ଏବଂ ଶିକ୍ଷକ ଓ କର୍ମଚାରୀମାନଙ୍କ ନିୟମିତ ଦରମା ଆଦି ଦାବିରେ ବ୍ଲକ ଗ୍ରାଣ୍ଡ ଶିକ୍ଷକ କର୍ମଚାରୀ ,ଅଭିଭାବକ ତରଫରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ଲିଖିତ ପ୍ରତିଶ୍ରୃତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି।