ଦାନା ଯୋଗାଡ଼ କରିବାକୁ ଯାଇଥିଲେ, ରାସ୍ତାରେ ପିଟିଦେଲା ଟ୍ରକ୍‌

ଜେଳଶ୍ୱର (ଅଜିତ ଦାସ): ପେଟ ପାଇଁ ଦାଦା ଯୋଗାଡ଼ କରିବାକୁ ଅଟୋରେ ଯାଇଥିଲେ। ହେଲେ ଫେରିବା ବାଟରେ ପିଟିଦେଲା ଟ୍ରକ୍‌। ଫଳରେ ୧୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଘଟିଛି। ପୂରା ଘଟଣାଟି ଏମିତି। ବୁଧବାର ମୟୂରଭଞ୍ଜରୁ ୧୦ ଜଣ ଶ୍ରମିକ ଭୋଗରାଇକୁ ବିଲ କାମ କରିବାକୁ ଯାଇଥିଲେ। କାମ ସାରି ଅପରାହ୍ନରେ ସେମାନେ ଅଟୋରେ ଘରକୁ ଫେରୁଥିଲେ। ତେବେ ୫୭ […]

truck-accident

truck-accident

Manoranjan Sial
  • Published: Wednesday, 03 February 2021
  • Updated: 03 February 2021, 04:32 PM IST

ଜେଳଶ୍ୱର (ଅଜିତ ଦାସ): ପେଟ ପାଇଁ ଦାଦା ଯୋଗାଡ଼ କରିବାକୁ ଅଟୋରେ ଯାଇଥିଲେ। ହେଲେ ଫେରିବା ବାଟରେ ପିଟିଦେଲା ଟ୍ରକ୍‌। ଫଳରେ ୧୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଘଟିଛି।

ପୂରା ଘଟଣାଟି ଏମିତି। ବୁଧବାର ମୟୂରଭଞ୍ଜରୁ ୧୦ ଜଣ ଶ୍ରମିକ ଭୋଗରାଇକୁ ବିଲ କାମ କରିବାକୁ ଯାଇଥିଲେ। କାମ ସାରି ଅପରାହ୍ନରେ ସେମାନେ ଅଟୋରେ ଘରକୁ ଫେରୁଥିଲେ। ତେବେ ୫୭ ନମ୍ବର ରାଜ୍ୟ ରାଜପଥ ସୁଗ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌, ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଜଳେଶ୍ୱର ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱଭାବିକ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos