ସହିଦ୍‌ଙ୍କ ସ୍ମୃତିରେ ଯୋଗାଉଛନ୍ତି ମାଗଣା ଅଟୋ ସେବା

ଆନନ୍ଦପୁର(ମୁନ୍ନା ସିଂ): ପୁଲ୍‌ୱାମା ସହିଦ୍‌ଙ୍କ ସ୍ମୃତିରେ ଯୋଗାଉଛନ୍ତି ମାଗଣା ଅଟୋ ସେବା। ସେ ହେଉଛନ୍ତି ନରେନ୍ଦ୍ର ଜେନା। ବର୍ଷକୁ ଦୁଇ ଦିନ ସେ ମାଗଣାରେ ଯାତ୍ରୀଙ୍କୁ ଯାତ୍ରା କରାଉଛନ୍ତି। ଏହାଛଡ଼ା ବର୍ଷାସାରା ଦିବ୍ୟାଙ୍ଗଙ୍କୁ ମାଗଣାରେ ନିଜ ଅଟୋରେ ନେବାଆଣିବା କରୁଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମ୍ୟୁନିସିପାଲିଟି ନମ୍ୱର ୱାର୍ଡରେ ବାସ କରନ୍ତି ନରେନ୍ଦ୍ର ଜେନା। ପରିବାର କହିଲେ ବାପା, ମାଆ ପତ୍ନୀ ଓ ଦୁଇ ପୁଅ। ନରେନ୍ଦ୍ର ଅଟୋ ଚଲାଇ ଯାହା ରୋଜଗାର କରନ୍ତି, ସେଥିରେ ଚଳେ […]

Auto

Manoranjan Sial
  • Published: Monday, 14 February 2022
  • , Updated: 14 February 2022, 08:51 PM IST

ଆନନ୍ଦପୁର(ମୁନ୍ନା ସିଂ): ପୁଲ୍‌ୱାମା ସହିଦ୍‌ଙ୍କ ସ୍ମୃତିରେ ଯୋଗାଉଛନ୍ତି ମାଗଣା ଅଟୋ ସେବା। ସେ ହେଉଛନ୍ତି ନରେନ୍ଦ୍ର ଜେନା। ବର୍ଷକୁ ଦୁଇ ଦିନ ସେ ମାଗଣାରେ ଯାତ୍ରୀଙ୍କୁ ଯାତ୍ରା କରାଉଛନ୍ତି। ଏହାଛଡ଼ା ବର୍ଷାସାରା ଦିବ୍ୟାଙ୍ଗଙ୍କୁ ମାଗଣାରେ ନିଜ ଅଟୋରେ ନେବାଆଣିବା କରୁଛନ୍ତି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମ୍ୟୁନିସିପାଲିଟି ନମ୍ୱର ୱାର୍ଡରେ ବାସ କରନ୍ତି ନରେନ୍ଦ୍ର ଜେନା। ପରିବାର କହିଲେ ବାପା, ମାଆ ପତ୍ନୀ ଓ ଦୁଇ ପୁଅ। ନରେନ୍ଦ୍ର ଅଟୋ ଚଲାଇ ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ସେ ପ୍ରତିଦିନ ଆନନ୍ଦପୁର ଟାଉନ୍‌ ଭିତରେ ଅଟୋ ଚଲାନ୍ତି। ତାଙ୍କ ଅଟୋ ଆନନ୍ଦପୁର ବସ୍‌ଷ୍ଟାଣ୍ଡରୁ ଘସିପୁରା ବସ୍‌ଷ୍ଟାଣ୍ଡ, ଆନ୍ଦପୁରଠାରୁ ଘସିପୁରା ମାର୍କେଟ ଓ ଘସିପୁରାଠାରୁ ଆନନ୍ଦପୁର ମାର୍କେଟ୍‌ ପର୍ଯ୍ୟନ୍ତ ଯାଇଥାଏ।

ବର୍ଷକ ବାର ମାସ ସେ ଦିବ୍ୟାଙ୍ଗଙ୍କୁ ମାଗଣାରେ ସେବା ଯୋଗାଇଥାଆନ୍ତି। ଏହାଛଡ଼ା ଆଜି ଅର୍ଥାତ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ମାଗଣାରେ ଅଟୋ ସେବା ଯୋଗାଉଛନ୍ତି। ପୁଲ୍‌ୱାମା ସହିଦ୍‌ଙ୍କ ସ୍ମୃତିରେ ଏହି ଦୁଇ ଦିନ ଲୋକଙ୍କୁ ମାଗଣାରେ ଅଟୋ ସେବା ଯୋଗାଉଛନ୍ତି ନରେନ୍ଦ୍ର। ୨୦୧୯ ମସିହାଠାରୁ ସେ ଏହି ସେବା ଦେଇଆସୁଛନ୍ତି।

୨୦୧୯ ମସିହା ଆଜିର ଦିନରେ ଅଢ଼େଇ ହଜାର ସିଆର୍‌ପିଏଫ୍‌ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା ବେଳେ ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ବ୍ଲାଷ୍ଟ କରି ଉଡ଼ାଇ ଦେବାରୁ ସହିଦ ହୋଇ ଯାଇଥିଲେ ୪୦ ଯବାନ। ଏକା ଥରେ ନିଜର ୪୦ ବୀର ପୁଅଙ୍କୁ ହରାଇ ବୁକୁ ଫଟାଇ କାନ୍ଦିଥିଲା ସାରା ଭାରତ।

Related story