ତାତିଲେ ଅଟୋ ଚାଳକ, କହିଲେ- ଆମ ଗାଡ଼ି ଯଦି ଗଡ଼ିବନି, ମୋ’ ବସ୍‌ କ’ଣ ପାଇଁ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜିଠୁ ୨ ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକାରୀ ଟ୍ରେନ୍‌, ବସ୍‌ ଅଟକାଇଥିବା ବେଳେ ପଟିଆ ଛକରେ ବି ଦେଖିବାକୁ ମିଳିଛି ଆନ୍ଦୋଳନର ଛବି। ପଟିଆ ଅଞ୍ଚଳ ଦେଇ  ଅତିକ୍ରମ କରୁଥିବା ଏକ ମୋ ବସ୍‌କୁ ଉତ୍ତ୍ୟକ୍ତ ଅଟୋ ଚାଳକ ଅଟକାଇ ରାସ୍ତା ଅବରୋଧ କରିଥିଲେ। ସିଏନଜି ନ ମିଳିବାରୁ ଅସନ୍ତୋଷ […]

mo bus

Niharika Rout
  • Published: Monday, 28 March 2022
  • , Updated: 28 March 2022, 12:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜିଠୁ ୨ ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକାରୀ ଟ୍ରେନ୍‌, ବସ୍‌ ଅଟକାଇଥିବା ବେଳେ ପଟିଆ ଛକରେ ବି ଦେଖିବାକୁ ମିଳିଛି ଆନ୍ଦୋଳନର ଛବି।

ପଟିଆ ଅଞ୍ଚଳ ଦେଇ  ଅତିକ୍ରମ କରୁଥିବା ଏକ ମୋ ବସ୍‌କୁ ଉତ୍ତ୍ୟକ୍ତ ଅଟୋ ଚାଳକ ଅଟକାଇ ରାସ୍ତା ଅବରୋଧ କରିଥିଲେ। ସିଏନଜି ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ରାସ୍ତା ଉପରେ ବସିଛନ୍ତି  ଅଟୋ ଚାଳକ ।  ସରକାରଙ୍କ ବସ୍ ଚାଲୁଛି କିନ୍ତୁ ଅଟୋ ପାଇଁ ସିଏନଜି କାହିଁକି  ମିଳୁନି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

[caption id="attachment_723364" align="aligncenter" width="650"] ପଟିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଅଟୋ ଲାଇନ୍‌ ଲାଗିଛି।[/caption]

ପମ୍ପରେ ପେଟ୍ରୋଲ, ଡିଜେଲ୍ ଏବଂ ସିଏନଜି ପାଇଁ ଆଜି ଭୋରରୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । କିଛି ଅଟୋ ଚାଳକ ରାତିରୁ ବି ଆସି ଲାଇନ୍ ଲଗାଇଥିଲେ । ତେବେ ସକାଳୁ କିଛି ଲୋକଙ୍କୁ ସିଏନଜି ମିଳିଥିବା ବେଳେ ହଠାତ୍ ବନ୍ଦ କରାଯିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଟୋ ଚାଳକ ।

ଏପରିକି ବନ୍ଦ ସମ୍ପର୍କରେ ଆମ ପାଖରେ କୌଣସି ପୂର୍ବ ସୂଚନା ନ ଥିବା ବେଳେ ଗାଡ଼ି ଚାଲିବ କି ନାହିଁ ସେ ନେଇ ବି   କିଛି ସ୍ପଷ୍ଟ ସୂଚନା ମିଳି ନ ଥିଲା ବୋଲି କହିଛନ୍ତି ଅଟୋ ଚାଳକ । ଖବର ପାଇ ରାତି ୩ଟାରୁ ଆସି ଲାଇନ୍‌ ଲଗାଇଥିଲେ ବି ଆମକୁ ସିଏନ୍‌ଜି ମିଳୁନି।  ଆମ ଗାଡ଼ି ଗଡ଼ିବନି ତ ସରକାରୀ ବସ୍‌ କ’ଣ ପାଇଁ ଯିବ ବୋଲି ପ୍ରଶ୍ନ କରିଛନ୍ତି ଉତ୍ତ୍ୟକ୍ତ  ଅଟୋ ଚାଳକ ।

[caption id="attachment_723365" align="aligncenter" width="650"] ଉତ୍ତ୍ୟକ୍ତ ଅଟୋ ଚାଳକଙ୍କୁ ପୁଲିସ୍‌ ଅଧିକାରୀ ବୁଝାଶୁଝା କରୁଛନ୍ତି।[/caption]

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଟୋ ଚାଳକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସଫଳ ହୋଇପାରିନି।

Related story