ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ରାଜ୍ୟର ବରିଷ୍ଠ ତଥା ସମ୍ମାନାସ୍ପଦ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆତ୍ମଜୀବନୀ 'ସଂଗ୍ରାମ ସରିନାହିଁ' ପୁସ୍ତକର ଲୋକାର୍ପଣ କରିଛନ୍ତି। ଏହି ଆତ୍ମଜୀବନୀ ଆଗାମୀ ପିଢ଼ିମାନଙ୍କ ପାଇଁ ବେଶ ପ୍ରେରଣାଦାୟକ ଓ ସହାୟକ ହେବ ବୋଲି ପ୍ରଫେସର ଲାଲ୍ କହିଛନ୍ତି।
ଲୋକାର୍ପଣ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶ୍ରୀ ହରିଚନ୍ଦନଙ୍କ ଭଳି ଜଣେ ବ୍ୟକ୍ତିତ୍ଵଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦାନ କରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି। ସାହସର ସହିତ ଯେପରି ଭାବେ ନିଜର ଲମ୍ବା ସମୟର ତପସ୍ୟା ଓ ଅନୁଭୂତିକୁ ନେଇ ବିଶ୍ଵଭୂଷଣ ବାବୁ ଏହି ପୁସ୍ତକ ଲେଖିଛନ୍ତି ନୂଆ ପିଢ଼ିଙ୍କ ପାଇଁ ତାହା ପ୍ରେରଣାର ଉତ୍ସ ହେବ ବୋଲି ସେ ମତ ଦେଇଥିଲେ। 'ସଂଗ୍ରାମ ସରିନାହିଁ'ର ଚ୍ୟାପ୍ଟର-୨ ଆସୁ ବୋଲି ଶ୍ରୀ ପ୍ରଧାନ ଲେଖକ ଶ୍ରୀ ହରିଚନ୍ଦନଙ୍କୁ ନିବେଦନ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।
Weather
ଆହୁରି ୪୮ ଘଣ୍ଟା ବର୍ଷା! ତା'ପରେ ବଢ଼ିବ ଶୀତ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ। ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
‘ପାପ’ ଧୋଇବା ଷ୍ଟ୍ରାଟେଜୀ ମାରିଲା ଫେଲ୍: ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ରହିଛି ଜବାବ, ତଥାପି ପ୍ରଶ୍ନ କରିଛି ବିଜେଡି
ନିର୍ବାଚନ କମିଶନଙ୍କୁ ବିଜେଡି ପଚାରିଥିବା ପ୍ରଶ୍ନର ଉତ୍ତର ପୂର୍ବରୁ ଦେଇ ସାରିଛନ୍ତି କମିଶନ। ପ୍ରତିଷ୍ଠା ଦିବସ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାବେ ପୁଣିଥରେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବାକୁ ଆରମ୍ଭ ହୋଇଛି ଉଦ୍ୟମ।
Politics
ନୂଆବର୍ଷରେ ନୂଆ ପିସିସି ସଭାପତି! ଲବି କାମ ଦେବନି କହିଲେ ମୋକିମ
ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ହେଲେ ଲବି ନୁହେଁ, ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ଦାୟିତ୍ୱ ଦେବ ବୋଲି କହିଛନ୍ତି ମହମ୍ମଦ ମୋକିମ୍।