ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୂବନେଶ୍ୱର(ଓଡ଼ିଶାରିପୋର୍ଟର): ମହାନଦୀରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବେଆଇନ୍ ବ୍ୟାରେଜ ଦ୍ୱାରା ପାଣି ରୋକାଯିବାର ପ୍ରତିବାଦ ୋଡ଼ିଶାରେ ଆରମ୍ଭ ହୋଇଯାଇଛି। ଏନେଇ ଆଜି ମହାନଦୀ ବଞ୍ଚାଓ ଆନ୍ଦୋଳନ ତରଫରୁ ଏକ ସଚେତନତା ଯାତ୍ରା ଆରମ୍ଭ ହେଉଛି। ଲିଙ୍ଗରାଜ ମନ୍ଦିରରୁ ଏହି ଯାତ୍ରାର ଶୁଭ ଦିଆଯାଇଛି। ଯାତେରାରେ ସାମିଲ ବ୍ୟକ୍ତି ବିଶେଷ ଲିଙ୍ଗରାଜ ମନ୍ଦିରରୁ ସିଧା ଛତିଶଗଡ଼ର କଲମାକୁ ଯାଇଛନ୍ତି। ସେଠାରୁ ଆସନ୍ତା କାଲିଠାରୁ ପଦ ଯାତ୍ରା ଆରମ୍ଭ ହେବ। ଏହି ପଦଯାତ୍ରା ୧୫ ତାରିଖରେ ପୁରୀରେ ପହଞ୍ଚିବ।</p> <p>ଏହି ସମୟରେ ମହାନଦୀ ଅବବାହିକାରେ ଥିବା ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯିବ। ହୀରାକୁଦକୁ ପାଣି ନ ଆସିଲେ ଜଳସ୍ତର କମିବା ସହ ବିଦ୍ୟୁତ୍ ଉତ୍ପାଦନ, ଜଳସେଚନ ଓ ପିଇବା ପାଣି ସମସ୍ୟା ଦେଖାଦେବ। ଏ ସମ୍ପର୍କରେ ଏହି ସଚେତନତା ଯାତ୍ରାରେ ଲୋକମାନଙ୍କୁ ସଚେତନ କରିବା ସହ ଦସ୍ତଖତ ଅଭିଯାନ ମଧ୍ୟ ଜାରି ରହିବ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।