ରୋକଠୋକ୍ ଶୁଣାଇଲେ ସରକାର: ବଢ଼ାଇ ହେବନି ଆୟୁଷ ଡାକ୍ତରଙ୍କ ଅବସର ବୟସସୀମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆୟୁଷ ଓ ହୋମିଓପ୍ୟାଥି ଡାକ୍ତରଙ୍କ ଅବସର ବୟସ ୬୦ବର୍ଷ ରହିବ । ଏହାକୁ ବୃଦ୍ଧି କରାଯିବାକୁ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ କିମ୍ବା ଏଥିପାଇଁ କର୍ମଚାରୀମାନେ ବାଧ୍ୟ କି ଦାବି କରିପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ରୋକଠୋକ୍ ଭାବେ ଶୁଣାଇ ଦେଇଛି । ଆଲୋପ୍ୟାଥିକ ଡାକ୍ତରଙ୍କ ଅବସର ବୟସ ୬୫ବର୍ଷକୁ ବୃଦ୍ଧି ପାଇଥିବାବେଳେ ଅନୁରୂପ ଭାବେ ଅବସର ବୟସ ବଢ଼ାଇବା ନିମନ୍ତେ ୬ଜଣ ହୋମିଓପ୍ୟାଥି ମେଡିକାଲ ଅଫିସରଙ୍କ ଦାବିପତ୍ର ଉପରେ […]

doctor

doctor

Ordigital Desk
  • Published: Tuesday, 13 September 2022
  • Updated: 13 September 2022, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆୟୁଷ ଓ ହୋମିଓପ୍ୟାଥି ଡାକ୍ତରଙ୍କ ଅବସର ବୟସ ୬୦ବର୍ଷ ରହିବ । ଏହାକୁ ବୃଦ୍ଧି କରାଯିବାକୁ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ କିମ୍ବା ଏଥିପାଇଁ କର୍ମଚାରୀମାନେ ବାଧ୍ୟ କି ଦାବି କରିପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ରୋକଠୋକ୍ ଭାବେ ଶୁଣାଇ ଦେଇଛି ।

ଆଲୋପ୍ୟାଥିକ ଡାକ୍ତରଙ୍କ ଅବସର ବୟସ ୬୫ବର୍ଷକୁ ବୃଦ୍ଧି ପାଇଥିବାବେଳେ ଅନୁରୂପ ଭାବେ ଅବସର ବୟସ ବଢ଼ାଇବା ନିମନ୍ତେ ୬ଜଣ ହୋମିଓପ୍ୟାଥି ମେଡିକାଲ ଅଫିସରଙ୍କ ଦାବିପତ୍ର ଉପରେ ବିଚାର କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗତକାଲି ଏହା କହିଛି । ହୋମିଓପ୍ୟାଥି ମେଡିକାଲ ଅଫିସର ଡାକ୍ତର ସନ୍ତୋଷ କୁମାର ମହାପାତ୍ର, ଡାକ୍ତର ପ୍ରଭାତ ରଥ, ଡାକ୍ତର ରଞ୍ଜନ ସାମନ୍ତ, ଡାକ୍ତର ନାରାୟଣ ପ୍ରଧାନ, ଡାକ୍ତର ଅନୂସୟା ରାଉତ ଓ ଡାକ୍ତର ରମେଶ ଚନ୍ଦ୍ର ପଟ୍ଟନାୟକ ମିଳିତ ଭାବେ ଏକ ଦାବିପତ୍ର ରାଜ୍ୟ ସରକାରଙ୍କୁ ଦେଇ ସେମାନଙ୍କର ଅବସର ବୟସ ୬୦ରୁ ୬୫ବର୍ଷକୁ ବୃଦ୍ଧି ନିମନ୍ତେ ଦାବି ଜଣାଇଥିଲେ । ଉତ୍ତର ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ଅଧୀନରେ ଥିବା ଆୟୁଷ ଓ ହୋମିଓପ୍ୟାଥି ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଆଧାର କରି ଏହି ଡାକ୍ତରମାନେ ସେମାନଙ୍କର ସରକାରୀ ଚାକିରିରୁ ଅବସର ବୟସସୀମାକୁ ୬୫ବର୍ଷକୁ ବୃଦ୍ଧି ନିମନ୍ତେ ଦାବି ଜଣାଇଥିଲେ ।

ମାତ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ଗତକାଲି ଏନେଇ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି ପ୍ରସଙ୍ଗ ହେଉଛି ଏକ ନୀତିଗତ ନିଷ୍ପତ୍ତି । ନିଜର ଅବସର ବୟସ ବୃଦ୍ଧି ଦାବି କରିବା ଅଧିକାର କର୍ମଚାରୀମାନଙ୍କର ନାହିଁ । ସୁପ୍ରିମକୋର୍ଟ ମଧ୍ୟ ଏନେଇ ସ୍ପଷ୍ଟ ରାୟ ଦେଇଛନ୍ତି । ରାଜ୍ୟରେ ଆଲୋପ୍ୟାଥିକ ଡାକ୍ତରଙ୍କ ଭଳି ବୟସସୀମା ବୃଦ୍ଧି ଦାବି କରିବାର ଯଥାର୍ଥତା ନାହିଁ । କାରଣ ରାଜ୍ୟରେ ଅଭିଜ୍ଞ ଓ ବରିଷ୍ଠ ଏଲୋପ୍ୟାଥିକ ଡାକ୍ତରଙ୍କ ସଂଖ୍ୟା ଅଭାବ ଥିବା ତଥା ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ସରକାର ଏହାକୁ ଦୃଷ୍ଟିରେ ରଖି ଆଡଭୋକେଟ୍ ଜେନେରାଲଙ୍କ ମତାମତ ନେବା ପରେ ଅର୍ଥ ବିଭାଗ ଏହି ବୟସ ସୀମାକୁ ୬୨ରୁ ୬୫ବର୍ଷକୁ ବୃଦ୍ଧି କରିଛନ୍ତି ।

ତା’ଛଡ଼ା ହୋମିଓପ୍ୟାଥି ଓ ଆୟୁଷ ଡାକ୍ତରଙ୍କ ଅବସର ବୟସସୀମା ବୃଦ୍ଧି ହେଲେ ତା’ର ପ୍ରତିକୂଳ ପ୍ରଭାବ ଚାକିରି ଆଶାୟୀ ଆୟୁଷ ଡାକ୍ତରଙ୍କ ଉପରେ ପଡ଼ିବ। କାରଣ ପ୍ରତିବର୍ଷ ରାଜ୍ୟରୁ ଉଭୟ ଆର‌୍ୟୁବେଦିକ ଓ ହୋମିଓପ୍ୟାଥିରେ ୫୬୦ଜଣ ଗ୍ରାଜୁଏଟ କୃତକାର୍ଯ୍ୟ ହେଉଛନ୍ତି । ଏବେ ରାଜ୍ୟରେ ୬୮୫୪ଜଣ ଯୋଗ୍ୟ ଆୟୁର୍ବେଦିକ ଡାକ୍ତର ଓ ୪୮୦୦ ହୋମିଓପ୍ୟାଥି ଡାକ୍ତର ଚାକିରି ଅପେକ୍ଷାରେ ରହିଛନ୍ତି । ତେଣୁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦିଷ୍ଟ ମାମଲାରେ ଦେଇଥିବା ରାୟକୁ ଆଧାର କରି ଅବସର ବୟସ ବୃଦ୍ଧି ଦାବି ଗ୍ରହଣୀୟ ନୁହେଁ କିମ୍ବା ସରକାର ଏବେ ଏହି ଅବସର ବୟସସୀମା ବୃଦ୍ଧି କରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୩ଟି ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ୨୫୦ଟି ବେଡ୍ ଓ ୨୫୪ଟି ସିଟ୍ ଥିବାବେଳେ ୪ଟି ହୋମଓପାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୨୫ବେଡ୍ ଓ ୧୬୦ଟି ସିଟ୍ ରହିଛି । ତା’ଛଡ଼ା ୫ଟି ଆୟୁର୍ବେଦିକ ହସ୍ପିଟାଲ, ୪ଟି ହୋମିପ୍ୟାଥି ହସ୍ପିଟାଲ, ୬୨୦ଟି ଆୟୁର୍ବେଦିକ ଡିସପେନସାରୀ, ୫୬୨ଟି ହୋମିଓପ୍ୟାର୍ଥିକ ଡିସପେନସାରୀ, ୯ଟି ୟୁନାନି ଡିସପେନସାରୀକୁ ମିଶାଇ ମୋଟ ୧୧୯୧ଟି ଆୟୁଷ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଥିବାବେଳେ ଏଥିରେ ୬୯୦ଜଣ ଆୟୁର୍ବେଦିକ ମେଡିକାଲ ଅଫିସର, ୫୯୫ଜଣ ହୋମିଓପ୍ୟାଥିକ ମେଡିକାଲ ଅଫିସର, ୯ଜଣ ୟୁନାନି ମେଡିକାଲ ଅଫିସରଙ୍କୁ ମିଶାଇ ମୋଟ ୧୨୯୪ଜଣ କାର୍ଯ୍ୟରତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story