ତୁଟିନି ବିବାଦ, ହେଲେ ସ୍ୱାଭାବିକ ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ବିବାଦ ତୁଟିନି ହେଲେ ଆଜି ସକାଳୁ ସ୍ୱାଭାବିକ ହୋଇଛି ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ମହାପ୍ରଭୁ ଗତ ମଙ୍ଗଳବାର ସନ୍ଧ୍ୟା ପରଠୁ ଉପବାସ ରହିଥିଲେ । ଗତକାଲି ଦିନତମାମ ପ୍ରଭୁ ଭୋକରେ ଥିବା ସତ୍ତ୍ୱେ ଏହି ବିବାଦର ସମାଧାନ ହୋଇପାରି ନ ଥିଲା। ଆଜି ବି ସମାଧାନର ସୂତ୍ର ବାହାରି ନ ଥିବା […]

lingaraj temple

lingaraj temple

Niharika Rout
  • Published: Thursday, 11 August 2022
  • Updated: 11 August 2022, 10:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ବିବାଦ ତୁଟିନି ହେଲେ ଆଜି ସକାଳୁ ସ୍ୱାଭାବିକ ହୋଇଛି ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ମହାପ୍ରଭୁ ଗତ ମଙ୍ଗଳବାର ସନ୍ଧ୍ୟା ପରଠୁ ଉପବାସ ରହିଥିଲେ । ଗତକାଲି ଦିନତମାମ ପ୍ରଭୁ ଭୋକରେ ଥିବା ସତ୍ତ୍ୱେ ଏହି ବିବାଦର ସମାଧାନ ହୋଇପାରି ନ ଥିଲା। ଆଜି ବି ସମାଧାନର ସୂତ୍ର ବାହାରି ନ ଥିବା ବେଳେ ମଙ୍ଗଳ ଆଳତୀ ପରେ ବାବାଙ୍କ ନୀତି ଆରମ୍ଭ ହୋଇଛି।

ଦୁଇ ଦିନ ତଳେ ପଇତାଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁଁ ଏହି ମତାନ୍ତର ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦ ଏତେ ତୀବ୍ର ହୋଇଥିଲା ଯେ, ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ମଧ୍ୟ ଉଠି ପାରିନଥିଲା । ମହାଦୀପ ନ ଉଠିବା ଯୋଗୁଁ ବର୍ଷ ବର୍ଷର ପରମ୍ପରା ବି ଭାଙ୍ଗିଥିଲା । କାଲି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ମଧ୍ୟ ହୋଇପାରିନଥିଲା  । ବିବାଦର ୨ ଦିନ ପରେ ବି ଏହାର ସମାଧାନର ବାଟ ବାହାରିପାରୁନି।

ପ୍ରଶାସିକ ସ୍ତରରେ  ଏହି ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ଶ୍ରଦ୍ଧାଳୁମାନେ ଅନୁରୋଧ କରିଛନ୍ତି। ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ପ୍ରଭୁ ଲିଙ୍ଗରାଜ ସୃଷ୍ଟି କର୍ତ୍ତା। ଆମେ ମାନବ ହୋଇ ସବୁଦିନ ଖାଉଛୁ। ହେଲେ ସେ ଦିନ ଦିନ ଭୋକ ଉପାସରେ ରହୁଛନ୍ତି। ଏହା ଆମକୁ ଖୁବ୍‌ କଷ୍ଟ ଦେଉଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନର ବାଟ ବାହାର କରିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos