ବାବା ସାରଥୀ ବିବାଦର ଅନୁଧ୍ୟାନ ଚାଲିଛି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ରାପଡା ଏସପି

କେନ୍ଦ୍ରାପଡା: ଫଟୋ ବିବାଦରେ ଫସି ଥିବା ସାରଥୀ ବାବାଙ୍କ ବାରିମୂଳ ସ୍ଥିତ ଆଶ୍ରମରେ ବୁଧବାର ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ସୁଧାର ଆସିଛି । ଏହି ବିବାଦର ଅନୁଧ୍ୟାନ କରାଯାଉଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‍ବୋଲି କେନ୍ଦ୍ରାପଡା ଏସପି ସତୀଶ ଗଜଭିୟେ କହିଛନ୍ତି । ତଦନ୍ତ ପରେ ଆବଶ୍ୟକ ପଡିଲେ ମାମଲା ରୁଜୁ କରାଯିବ ବୋଲି ଏସପି କହିଛନ୍ତି । ବାବାଙ୍କ ଫଟୋ ବିବାଦକୁ ନେଇ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟା […]

sarathi

sarathi

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 09:55 AM IST

Sports

Latest News

କେନ୍ଦ୍ରାପଡା: ଫଟୋ ବିବାଦରେ ଫସି ଥିବା ସାରଥୀ ବାବାଙ୍କ ବାରିମୂଳ ସ୍ଥିତ ଆଶ୍ରମରେ ବୁଧବାର ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ସୁଧାର ଆସିଛି । ଏହି ବିବାଦର ଅନୁଧ୍ୟାନ କରାଯାଉଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‍ବୋଲି କେନ୍ଦ୍ରାପଡା ଏସପି ସତୀଶ ଗଜଭିୟେ କହିଛନ୍ତି । ତଦନ୍ତ ପରେ ଆବଶ୍ୟକ ପଡିଲେ ମାମଲା ରୁଜୁ କରାଯିବ ବୋଲି ଏସପି କହିଛନ୍ତି ।

ବାବାଙ୍କ ଫଟୋ ବିବାଦକୁ ନେଇ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି । ସାଂସଦ ପଣ୍ଡା କହିଛନ୍ତି କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି । ଆଇନ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉ ଏବଂ ସତ୍ୟାସତ୍ୟ ପଦାକୁ ଆସୁ ବୋଲି ପଣ୍ଡା କହିଛନ୍ତି । ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଘଟଣାର ତଦନ୍ତ କରି ସାରଥୀ ବାବାଙ୍କୁ ଗିରଫ କରିବା ସହ ଆଶ୍ରମକୁ ସିଲ୍ କରିବାକୁ ଏହି ଦାବିପତ୍ରରେ ଦର୍ଶାଯାଇଛି। ସେହିପରି ଫଟୋ ବିବାଦର ବିଚାର ବିଭାଗୀୟ ତଦନ୍ତ ଦାବି କରି ସିଟୁର ଓଡ଼ିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିୟନ ଏବଂ ଏନ୍ଏଫ୍ଆଇ ଡବ୍ଲୁ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଫଟୋ ପ୍ରସାରିତ ହୋଇଥିଲା । ଏହି ଫଟୋ ସାରଥୀ ବାବାଙ୍କର ଏବଂ ସେ ଏକ ହୋଟେଲରେ ବସିଥିବାର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ବାବା ସାରଥୀ ଜିନ୍ସ, ସାର୍ଟ ଓ ସନଗ୍ଲାସ ପିନ୍ଧିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଏହି ଫଟୋକୁ ନେଇ ବିଭିନ୍ନ ଅଭିଯୋଗ ଉଠାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖାଦେଇଥିଲା । ଏପରି କି ବାବାଙ୍କ ବାରିମୂଳ ସ୍ଥିତ ଆଶ୍ରମରେ ଉତ୍ତ୍ୟକ୍ତ ଲୋକେ ଧସେଇ ପସିବାକୁ ଚେଷ୍ଠା କରିଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଶ୍ରମ ଅଞ୍ଚଳକୁ ପୋଲିସ୍ ଛାଉଣୀରେ ପରିଣତ କରାଯାଇଛି । ବାରିମୂଳରେ ୯ ପ୍ଲାଟୁନ୍ ଫେ।ର୍ସ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପୋଲିସ ସଜାଗ ରହିଛି  ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି । ଆଳି ବିଧାୟକଙ୍କ ଅଭିଯୋଗ କ୍ରମେ ଜିଲ୍ଲାପାଳ ତଦନ୍ତ ଦାୟିତ୍ୱ ଏସପିଙ୍କୁ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story