ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ, କାର୍ଯ୍ୟରତ ୨ସଦସ୍ୟଙ୍କୁ ନେଇ ସସପେନ୍ସ

ରାଜ୍ୟ ସରକାର ଆଜି ମଙ୍ଗଳବାର ‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି ।

OIC

ଓଡ଼ିଶା ସୂଚନା କମିଶନ ଅଫିସ୍‌

Ordigital Desk
  • Published: Tuesday, 19 November 2024
  • Updated: 19 November 2024, 07:49 PM IST

Sports

Latest News

ବିଜେଡି ସରକାର ଅମଳରେ ପଙ୍ଗୁ ଅବସ୍ଥାରେ ଥିବା ‘ରାଜ୍ୟ ସୂଚନା କମିଶନ’କୁ ଅଧିକ କ୍ରିୟାଶୀଳ କରିବାକୁ ମୋହନ ମାଝୀ ସରକାର ପଦକ୍ଷେପ ନେଇଛନ୍ତି । ସୂଚନା କମିଶନ ଅଧ୍ୟକ୍ଷ ପଦବୀ ପରେ ଆଜି ୪ଟି ସୂଚନା କମିଶନ ସଦସ୍ୟ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ରାଜ୍ୟ ସୂଚନା କମିଶନରେ ଏବେ ୨ଜଣ ସଦସ୍ୟ କାର୍ଯ୍ୟରତ ଥିବାବେଳେ ଅଧ୍ୟକ୍ଷଙ୍କ ସମେତ ମୋଟ ୫ଟି ପଦବୀ ପୂରଣ ପାଇଁ ସରକାର ବିଜ୍ଞାପନ ଦେବାପରେ ପାୱାର କରିଡର ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ସୂଚନା କମିଶନରେ ଅଧିକ ୨ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ମୋହନ ସରକାର ପଦକ୍ଷେପ ନେଇଛନ୍ତି ନା ବିଜେଡି ସରକାର ସମୟରେ ଅବସ୍ଥାପିତ ହୋଇଥିବା ଦୁଇ ସଦସ୍ୟ ସୁଶାନ୍ତ କୁମାର ମହାନ୍ତି ଓ ଜଗନ୍ନାଥ ରଥଙ୍କୁ ହଟାଇ ନୂତନ ଭାବେ ‘ ରାଜ୍ୟ ସୂଚନା କମିଶନ’କୁ ପୁନର୍ଗଠନ କରିବେ ତାକୁ ନେଇ ସସପେନ୍ସ ଲାଗି ରହିଛି ।

ରାଜ୍ୟ ସରକାର ଆଜି ମଙ୍ଗଳବାର ‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ ତଥା ସେ ‘ରାଜ୍ୟ ମୁଖ୍ୟ ସଚିବ’ଙ୍କ ଭଳି ଦରମା,ଭତ୍ତା ଆଦି ସୁବିଧା ମଧ୍ୟ ପାଇବେ ।

Also Read

ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଗତ ୪ ତାରିଖରେ ଶେଷ ହୋଇଛି ଓ ରାଜ୍ୟ ସରକାର ଏହି ‘ଅଧ୍ୟକ୍ଷ’ ପଦବୀ ନିମନ୍ତେ ଅକ୍ଟୋବର ୩ତାରିଖରେ ବିଜ୍ଞାପନ ଜାରି କରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନଭେମ୍ବର ୨ତାରିଖ ସୁଦ୍ଧା ଆବେଦନ ପାଇଁ ପରାମର୍ଶ ଦେଇଥିଲେ ।

ତେବେ ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ‘ଓଡ଼ିଶା ସୂଚନା କମିଶନ’ରେ ଏବେ ଦୁଇଜଣ ସଦସ୍ୟ ବା କମିଶନର କାର୍ଯ୍ୟ କରୁଛନ୍ତି। ବିଜେଡି ସରକାର ସମୟରେ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି(୨୦୨୩ ଫେବୃୟାରୀ ୨୭) ଓ ଆଡଭୋକେଟ୍ ଜଗନ୍ନାଥ ରଥ(୨୦୨୪ ଫେବୃୟାରୀ ୧୨)ଙ୍କୁ କମିଶନର ଭାବେ ନିଯୁକ୍ତି ମିଳିଥିଲା । ଉଭୟଙ୍କ କାର୍ଯ୍ୟକାଳ ଏବେ ବହୁଦିନ ରହିଛି । କିନ୍ତୁ ରାଜ୍ୟ ସରକାର ଏବେ ୪ଟି ସଦସ୍ୟ ପଦବୀ ପାଇଁ ବିଜ୍ଞାପନ ମାଗିବା ପରେ ସୂଚନା କମିଶନରେ ସଦସ୍ୟ ସଂଖ୍ୟାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯଦିଓ ରାଜ୍ୟ ସୂଚନା କମିଶନ ଆଇନରେ ଜଣେ ଅଧ୍ୟକ୍ଷ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବାଧିକ ୧୦ଜଣ ସଦସ୍ୟ ରହିବାର ପ୍ରାବଧାନ ରହିଛି ତଥାପି ତତକାଳୀନ ସରକାର ‘ଓଡ଼ିଶା ସୂଚନା କମିଶନ’ରେ ଜଣେ ଅଧ୍ୟକ୍ଷ ଓ ୪ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇ ଆସୁଥିଲେ । ଏବେ ମୋହନ ସରକାର କ୍ଷମତାକୁ ଆସିବା ପରେ ସୂଚନା କମିଶନ ସଦସ୍ୟଙ୍କ ସଂଖ୍ୟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ନା ସମାନ ସଂଖ୍ୟକ ପଦବୀକୁ ବଜାୟ ରଖିବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି ।

କାରଣ ଏବେ ସୂଚନା କମିଶନରେ ଦୁଇଜଣ ସଦସ୍ୟ କାର୍ଯ୍ୟରତ ଥିବାବେଳେ ସରକାର ଆଉ ୪ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ଜାରି କରିଛନ୍ତି । ଏଭଳି ହେଲେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୭ଜଣ ସଦସ୍ୟ ହେବେ । ନଚେତ୍ ମୋହନ ସରକାର ଆଇନରେ ଥିବା ଗଳାବାଟର ଫାଇଦା ନେଇ ନିକଟରେ ‘ରାଜ୍ୟ ମହିଳା କମିଶନ’କୁ ଭାଙ୍ଗିଲା ଭଳି ସୂଚନା କମିଶନରେ କାର୍ଯ୍ୟରତ ଦୁଇ ସଦସ୍ୟଙ୍କୁ ରାଜ୍ୟପାଳଙ୍କ ମାଧ୍ୟମରେ ହଟାଇ ଦେବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ । କାରଣ ରାଜ୍ୟ ସୂଚନା କମିଶନ ଆଇନର ଧାରା-୧୭(୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି କାର୍ଯ୍ୟରତ ସଦସ୍ୟଙ୍କୁ ହଟାଇବାର କ୍ଷମତା ରାଜ୍ୟପାଳଙ୍କ ରହିଛି । ଏସବୁ କାରଣରୁ ରାଜ୍ୟ ସୂଚନା କମିଶନରେ ୨ଜଣ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ନା କାର୍ଯ୍ୟରତ ଦୁଇ ସଦସ୍ୟଙ୍କୁ ହଟାଇବାକୁ ସରକାର ଯୋଜନା କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପକ୍ଷରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ସୂଚନା କମିଶନରେ ଏବେ ପ୍ରାୟ ୨୩ହଜାରରୁ ଅଧିକ ମାମଲା ବିଚାର ପାଇଁ ପଡ଼ିରହିଛି । କମିଶନରେ ୨୦୨୦ ମସିହାର ମାମଲାଗୁଡ଼ିକର ଶୁଣାଣି ଏବେ ଚାଲିଛି । ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସୂଚନା କମିଶନକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହି ସମସ୍ତ ପଦବୀ ପୂରଣ  ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସ୍ୱାଗତଯୋଗ୍ୟ । ରାଜ୍ୟରେ ସୂଚନା କମିଶନ କାର୍ଯ୍ୟକ୍ଷମ ହେବା ପରଠୁ  ସର୍ବାଧିକ ୪ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷ କାର୍ଯ୍ୟ କରି ଆସୁଛନ୍ତି । ଯଦିଓ ସୂଚନା କମିଶନ ଆଇନରେ ୧୦ଜଣ ସଦସ୍ୟ ରହିବାର ପ୍ରାବଧାନ ଅଛି । ମାତ୍ର ଏବେ ମୋହନ ସରକାର ଏହି ସଦସ୍ୟ ସଂଖ୍ୟା ବଢ଼ାଇଛନ୍ତି ନା ଅନ୍ୟକିଛି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ତାହା ସେ ଜାଣନ୍ତି ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story