ବାବୁଶାନଙ୍କୁ ୩୦ ମିନିଟ୍ ଜେରା, ମନ୍ମଥ କହିଲେ ଦୀର୍ଘାୟୁ ଭବଃ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୩୦ ମିନିଟ୍ ଧରି ଓଡ଼ିଆ ଷ୍ଟାର ବାବାଶାନଙ୍କୁ ଜେରା କରିଥିଲା ପୁଲିସ। ଜନ୍ମଦିନରେ ବାବୁଶାନଙ୍କୁ ପୁଲିସ ଜେରା କରିବା ଅଲୋଚନାର ବିଷୟ ହୋଇଛି। ବାବୁଶାନ-ତୃପ୍ତି-ପ୍ରକୃତି କଳିରେ ମାମଲାରେ ତାଙ୍କୁ ପୁଲିସ ଜେରା କରିଥିଲା। ଖାରବେଳନଗର ଥାନାକୁ ମା’ ଅପରାଜିତାଙ୍କ ସହ ସେ ଯାଇଥିଲେ। ପ୍ରକୃତିଙ୍କ ସହ ସଂପର୍କ, ତୃପ୍ତିଙ୍କ ସହ ଦାମ୍ପତ୍ୟ ବିବାଦ, ନିଶା କାରବାର, ସତ୍ୟନଗର ଗେଷ୍ଟ ହାଉସଠୁ ଚେନ୍ନାଇ ଗସ୍ତ ଯାଏଁ ସମସ୍ତ କଥାକୁ ପୁଲିସ ଆଗରେ ବାବୁଶାନ ବୟାନ […]

babu-saan-1

babu-saan-1

Niranjan Mishra
  • Published: Saturday, 30 July 2022
  • Updated: 30 July 2022, 09:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୩୦ ମିନିଟ୍ ଧରି ଓଡ଼ିଆ ଷ୍ଟାର ବାବାଶାନଙ୍କୁ ଜେରା କରିଥିଲା ପୁଲିସ। ଜନ୍ମଦିନରେ ବାବୁଶାନଙ୍କୁ ପୁଲିସ ଜେରା କରିବା ଅଲୋଚନାର ବିଷୟ ହୋଇଛି। ବାବୁଶାନ-ତୃପ୍ତି-ପ୍ରକୃତି କଳିରେ ମାମଲାରେ ତାଙ୍କୁ ପୁଲିସ ଜେରା କରିଥିଲା। ଖାରବେଳନଗର ଥାନାକୁ ମା’ ଅପରାଜିତାଙ୍କ ସହ ସେ ଯାଇଥିଲେ। ପ୍ରକୃତିଙ୍କ ସହ ସଂପର୍କ, ତୃପ୍ତିଙ୍କ ସହ ଦାମ୍ପତ୍ୟ ବିବାଦ, ନିଶା କାରବାର, ସତ୍ୟନଗର ଗେଷ୍ଟ ହାଉସଠୁ ଚେନ୍ନାଇ ଗସ୍ତ ଯାଏଁ ସମସ୍ତ କଥାକୁ ପୁଲିସ ଆଗରେ ବାବୁଶାନ ବୟାନ ରଖିଥିଲେ। ବାବୁଶାନ-ତୃପ୍ତି ମନାନ୍ତର ପଛରେ ପ୍ରକୃତିଙ୍କ ଭୂମିକା କଣ ? ପ୍ରକୃତି କାହିଁକି ବାବୁଶାନଙ୍କୁ କରୁଥିଲେ ବ୍ଲାକମେଲିଂ ? କିଏ ଓ କାହିଁକି ତାଙ୍କୁ ନିଶା ସାମଗ୍ରୀ ଯୋଗାଉଥିଲା ? ପତ୍ନୀ ତୃପ୍ତି ଶତପଥୀଙ୍କ ଏତଲା ଆଧାରରେ ଏଭଳି ସମ୍ଭାବ୍ୟ ପ୍ରଶ୍ନକୁ ଧରି ବାବୁଶାନଙ୍କୁ ପୁଲିସ ଜେରା କରିଥିବା ସୂଚନା ମିଳିଛି।

ଏପରିକି ସତ୍ୟନଗର ଗେଷ୍ଟ ହାଉସରେ ରହଣୀ, ଚେନ୍ନାଇ ଗସ୍ତବେଳର ଘଟଣାବଳୀକୁ ନେଇ ବି ପୁଲିସ ଜେରା କରିଥିବା କୁହାଯାଉଛି। ଚେନ୍ନାଇ ଫେରିବାର ୩ଦିନ ପରେ ଆଜି ଜଗନ୍ନାଥ ବିହାର ସ୍ଥିତ ଘରୁ ମା ଅପରାଜିତାଙ୍କ ସହ ଖାରବେଳନଗର ଥାନାକୁ ଯାଇଥିଲେ ବାବୁଶାନ। ଖାରବେଳନଗର ଥାନା ଆଇଆଇସି ଅରୁଣ କୁମାର ସ୍ୱାଇଁଙ୍କ କହିବା କଥା, ବାବୁଶାନ-ତୃପ୍ତି ଓ ପ୍ରକୃତିଙ୍କ ପରିବାର ବୁଝାମଣାର ବାଟ ବାହାର କରିଛନ୍ତି।

ସେପଟେ ବିବାଦ ପରେ ପ୍ରଥମ ଥର ଲାଗି ବାବୁଶାନ ଆଜି ପତ୍ନୀ ତୃପ୍ତିଙ୍କ ସହ କଥା ହୋଇଥିବାବେଳେ ଖୁବଶୀଘ୍ର ତୃପ୍ତି ମାମଲା ପ୍ରତ୍ୟାହାର କରିବେ ବୋଲି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି। ବାବୁଶାନ-ତୃପ୍ତିଙ୍କ ଦାମ୍ପତ୍ୟ କଳି ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ମଧ୍ୟ ଜୋର ଦେଇ ସେ କହିଛନ୍ତି।

କିନ୍ତୁ ତୃପ୍ତିଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପଟେ ଅଭିନେତା ବାବୁଶାନଙ୍କୁ ଆଜି ତାଙ୍କ ଘରେ ବହୁ ସଂଖ୍ୟକ ଓଲିଉଡ୍ ଅଭିନେତା ଓ ସଦସ୍ୟ ଭେଟି ଶୁଭେଚ୍ଛା ଜଣାଇଥିଲେ। ବାବୁଶାନଙ୍କ ଘର ଆଗରେ ବହୁ ସଂଖ୍ୟାରେ ତାଙ୍କ ଫ୍ୟାନ୍‌ଙ୍କ ଭିଡ଼ ଓ ଶୁଭେଚ୍ଛା ପ୍ରଦାନ କରିବା ମଧ୍ୟ ଦେଖିବାକୁ ମିଳିଥିଲା। କିଏ ଫୁଲତୋଡ଼ା ଧରି ପହଞ୍ଚିଥିଲେ ତ, ଆଉ କାହା ହାତରେ ଥିଲା କେକ୍। ଫ୍ୟାନଙ୍କ ଭିଡ଼କୁ ଦେଖି ବାବୁଶାନ ବି କିଛି ସମୟ ପାଇଁ ବାଲକୋନୀକୁ ଆସିଥିଲେ।

ତେଣେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ବାବୁଶାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦୀର୍ଘାୟୁ ଭବଃ ବୋଲି କହିଛନ୍ତି। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବାବୁଶାନଙ୍କ ପରିବାର ମଧ୍ୟରେ ବୁଝାମଣା ହୋଇଯାଉ। ଯଦି ସେମାନେ କେସ୍ ଉଠାଇ ନିଅନ୍ତି, ଆମେ ବି କେସ୍ ଉଠାଇଦେବୁ।

ସୂଚନା ଥାଉକି, ଜୁଲାଇ ୨୩ରେ ସତ୍ୟନଗର କଳିକୁ ନେଇ ଥାନାକୁ ଯାଇଥିଲେ ପ୍ରକୃତି ମିଶ୍ରଙ୍କ ବାପା ଓ ମା। ପରେ ପରେ ତୃପ୍ତିଙ୍କୁ ଧରି ଥାନାରେ ଏତଲା ଦାୟାର କରିଥିଲେ ତାଙ୍କ ପରିବାର ଓ ବାବୁଶାନଙ୍କ ମାଆ ଅପରାଜିତା। ଉଭୟ ପକ୍ଷର ଏତଲା ଆଧାରରେ ଖାରବେଳନଗର ପୁଲିସ ପୃଥକ ଦୁଇଟି ମାମଲା ରୁଜୁ କରିଥିଲା।

ତେବେ ଯଦି ଉଭୟ ପକ୍ଷ ମଧ୍ୟରେ ଏହି ମାମଲାର ଯଦି ଆପୋଷ ସମାଧାନ ହୋଇଯାଏ, ପୁଲିସ କୋର୍ଟରେ ଚାର୍ଜସିଟ୍ ବଦଳରେ ବିବାଦର ସମାଧାନ ହୋଇଗଲା ଦର୍ଶାଇ ଏକ ଫାଇନାଲ ରିପୋର୍ଟ ଦାଖଲ କରିପାରେ ବୋଲି କହିଛନ୍ତି ଆଇନଜୀବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story