ପୋଲସରା (ଅକ୍ଷୟ ମହାରଣା ): ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଛି ଏପରି ଅଭାବନୀୟ କାଣ୍ଡ।
ସୂଚନାଯୋଗ୍ୟ, ଆଜି ସକାଳେ ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମ୍ନୀ ଜଣେ ମହିଳା ତଳେ ପଡ଼ି ଯାଇଥିଲେ । ଫଳରେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଛି। ପ୍ରଥମେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି ।
[caption id="attachment_656913" align="aligncenter" width="650"] ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକା ନେବାକୁ ଅସମ୍ଭବ ଭିଡ଼।[/caption]
ସୂଚନାଯୋଗ୍ୟ, ଟିକା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ଼। କେଉଁଠି ଆଗ ଟିକା ନେବା ପାଇଁ ଲୋକେ ଠେଲାପେଲା ହେଉଥିବା ବେଳେ କେଉଁଠି ଧାଡ଼ିରେ ଇଟା ବି ଥୋଇବା ଦେଖିବାକୁ ମିଳୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।