ସରିଲା ବଡ଼ ଓଷା; ଧବଳେଶ୍ୱର ପୀଠରେ ଲାଗି ହେଲା ଗଜଭୋଗ

ଆଠଗଡ଼ (ନିଳକଣ୍ଠ ଦୋରା): ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା ।  ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ । ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ  ଏହି ଗଜଭୋଗକୁ ଅପେକ୍ଷା କରିଥାନ୍ତି । ଗଜଭୋଗ ଓ ତରଣ ଭୋଗ ପାଇବା ପରେ ଭକ୍ତମାନେ ବେଶ୍ ଆନନ୍ଦିତ ହୋଇଉଠିଥିଲେ । ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ […]

bada-1-1

Niharika Rout
  • Published: Monday, 11 November 2019
  • , Updated: 11 November 2019, 08:21 AM IST

ଆଠଗଡ଼ (ନିଳକଣ୍ଠ ଦୋରା): ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା ।  ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ । ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ  ଏହି ଗଜଭୋଗକୁ ଅପେକ୍ଷା କରିଥାନ୍ତି ।

ଗଜଭୋଗ ଓ ତରଣ ଭୋଗ ପାଇବା ପରେ ଭକ୍ତମାନେ ବେଶ୍ ଆନନ୍ଦିତ ହୋଇଉଠିଥିଲେ । ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ଏହି  ସ୍ୱତନ୍ତ୍ର ଧରଣର ଭୋଗ ପ୍ରସ୍ତୁତ କରି ବାବା ଧବଳେଶ୍ୱରଙ୍କ ନିକଟରେ ଅର୍ପଣ କରିଥାନ୍ତି ।

Related story