ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ: ଜଗୁନି

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ଘୋଷଯାତ୍ରାକୁ ଆଉ ମାତ୍ର ସପ୍ତାହେ ଥିବା ବେଳେ  ତାହା ହେବକି ନାହିଁ ଅନିଶ୍ଚିତତା ଜାରିରହିଛି। ତେବେ ଏହାକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର(ଜଗୁନି)। ସେ କହିଛନ୍ତି ଯେ, ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ। ଆମେ ମଣିଷ ହୋଇ କେବେ ଚାହିଁବାନି ରଥଯାତ୍ରା ବନ୍ଦ ହେଉ।ଓଡ଼ିଶା ସରକାର କେବେହେଲେ ରଥଯାତ୍ରା ପାଇଁ ପଛେଇବେ […]

790

Tapas Behera
  • Published: Tuesday, 16 June 2020
  • , Updated: 16 June 2020, 04:09 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ଘୋଷଯାତ୍ରାକୁ ଆଉ ମାତ୍ର ସପ୍ତାହେ ଥିବା ବେଳେ  ତାହା ହେବକି ନାହିଁ ଅନିଶ୍ଚିତତା ଜାରିରହିଛି। ତେବେ ଏହାକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର(ଜଗୁନି)। ସେ କହିଛନ୍ତି ଯେ, ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ। ଆମେ ମଣିଷ ହୋଇ କେବେ ଚାହିଁବାନି ରଥଯାତ୍ରା ବନ୍ଦ ହେଉ।ଓଡ଼ିଶା ସରକାର କେବେହେଲେ ରଥଯାତ୍ରା ପାଇଁ ପଛେଇବେ ନାହିଁ।

ଯେମିତି ସ୍ନାନଯାତ୍ରା ସୁନ୍ଦର ଭାବେ କଲେ, ସେମିତି ରଥ ଯାତ୍ରା କରିବେ।ରଥଯାତ୍ରା ବନ୍ଦ ହୋଇଗଲେ କଳଙ୍କମୟ ଇତିହାସ ରହିଯିବ।ଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର, ଭକ୍ତଙ୍କ ପାଇଁ ଖରାପ ହେବ।ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ। ରଥଯାତ୍ରା ବନ୍ଦ ହେଉ ବୋଲି କୋର୍ଟ କେବେ ମନା କରିବେନି। ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ିବେ।ରଥ ସରକାରଙ୍କ ପାଇଁ ବଡ଼ ଚାଲେଂଜ। ସରକାର ନିଶ୍ଚିତ କରିବେ। ସେବାୟତ, ପୁଲିସ ମିଶି ରଥ ଟାଣିପାରିବେ। ରଥ ଦକ୍ଷିଣ ମୋଡ଼ ବେଳେ ପୁଲିସ ଟାଣନ୍ତି, ସେମିତି ଟାଣିବେ। ରଥ ବନ୍ଦ ହୋଇ କଳଙ୍କମୟ ଇତିହାସ ନହୋଇଯାଉ ବୋଲି  ଜଗୁନି କହିଛନ୍ତି।

Related story