ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ସାପ୍ ଲତା ନିକଟରେ ଥିବା ବାଦଲ୍ ଗିରି ଜଳପ୍ରପାତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ । ଗତ ୨୦ ତାରିଖରେ ରାଉରକେଲା ଅଞ୍ଚଳର ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ଗାଧୋଉଥିବା ବେଳେ ବୁଡି ପ୍ରାଣ ହରାଇବା ପରେ ସ୍ଥାନୀୟ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ଏହି ଘୋଷଣା କରିବା ପରେ ଉକ୍ତ ଅଞ୍ଚଳକୁ ଯେପରି କେହି ଯିବେନି ସେଥିପ୍ରତି ସଜାଗ ରହିବାକୁ ପୋଲିସ, ବନବିଭାଗକୁ ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ । ସୋଲ ରେଞ୍ଜ୍ ପକ୍ଷରୁ ଉକ୍ତ ଅଞ୍ଚଲକୁ ବାଡ ଦେଇ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି