ବଦଳିବ ୧୯୪୨ର ଜେଲ ମାନୁଆଲ୍

ଭୁବନେଶ୍ୱର: ୧୯୪୨ରୁ ରାଜ୍ୟରେ ଚଳି ଆସୁଥିବା ଜେଲ ମାନୁଆଲ୍ ବଦଳିବ। ଏ ନେଇ ଜେଲ ବିଭାଗ ପକ୍ଷରୁ ନୂଆ ଡ୍ରାପ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଜେଲ୍ ସଂସ୍କାର ନେଇ ଅନେକ ପ୍ରସ୍ତାବ ରହିଛି। ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ପ୍ରସ୍ତୁତ କରିଥିବା ଜେଲ୍ ମାନୁଆଲ ୨୦୦୩ ଓ ଅନ୍ୟ ୬ଟି ରାଜ୍ୟର ଜେଲ ମାନୁଆଲକୁ ତର୍ଜମା କରି ଏହି ନୂଆ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ନୂଆ ମାନୁଆଲ୍ ଅନୁସାରେ ଜେଲରେ କଏଦୀଙ୍କ ସମସ୍ତ କଲ୍ […]

jail

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 03:34 PM IST

ଭୁବନେଶ୍ୱର: ୧୯୪୨ରୁ ରାଜ୍ୟରେ ଚଳି ଆସୁଥିବା ଜେଲ ମାନୁଆଲ୍ ବଦଳିବ। ଏ ନେଇ ଜେଲ ବିଭାଗ ପକ୍ଷରୁ ନୂଆ ଡ୍ରାପ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଜେଲ୍ ସଂସ୍କାର ନେଇ ଅନେକ ପ୍ରସ୍ତାବ ରହିଛି।

ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ପ୍ରସ୍ତୁତ କରିଥିବା ଜେଲ୍ ମାନୁଆଲ ୨୦୦୩ ଓ ଅନ୍ୟ ୬ଟି ରାଜ୍ୟର ଜେଲ ମାନୁଆଲକୁ ତର୍ଜମା କରି ଏହି ନୂଆ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ନୂଆ ମାନୁଆଲ୍ ଅନୁସାରେ ଜେଲରେ କଏଦୀଙ୍କ ସମସ୍ତ କଲ୍ ରେକର୍ଡିଂ କରାଯିବ। ଏଥିପାଇଁ ପ୍ରତି ଜେଲରେ ଇପିବିଏକ୍ସ କଲ୍ ରେକର୍ଡିଂ ମେସିନ ଲଗାଯିବ।  ଅନ୍ତେବାସୀଙ୍କ ସଂଖ୍ୟାକୁ ଦେଖି ସାକ୍ଷାତାକାର ସମୟ ସ୍ଥିର ହେବ। ସମ୍ପର୍କୀୟଙ୍କୁ ସପ୍ତାହକୁ ୨ ଥର ଓ ଥରକୁ ୧୫ ମିନିଟ୍ ସାକ୍ଷାତ ଲାଗି ସମୟ ମିଳିବ।

ସେହିପରି ମହିଳା କଏଦୀଙ୍କ ପିଲାଙ୍କ ଲାଗି ଜେଲରେ ପ୍ଲେ ସ୍କୁଲ ଖୋଲାଯିବ। ବାହାରୁ ରନ୍ଧା ଖାଦ୍ୟ ନିଆଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ। ପ୍ରତି ଜେଲରେ କ୍ୟାଣ୍ଟିନ ବ୍ୟବସ୍ଥା ରହିବ। କଏଦୀମାନେ ପ୍ରିଜନ୍ ଇନସେନ୍ଟିଭ ଟଙ୍କା କ୍ୟାଣ୍ଟିନରେ ଖର୍ଚ୍ଚ କରିପାରିବେ।

ପ୍ରତ୍ୟେକ ଜିଲ୍ଲା ଜେଲ୍ ଓ ସର୍କଲ ଜେଲରେ ଲ' ଅଫିସର ନିଯୁକ୍ତି ପାଇବେ। ଦୁର୍ଦ୍ଦାନ୍ତ ଓ ହାଇ-ସିକ୍ୟୁରିଟି ଅପରାଧୀଙ୍କ ପାଇଁ ସ୍ପେଶାଲ ବ୍ଲକ୍ ରହିବ। ପାରାମିଲିଟାରୀ ଫୋର୍ସ ଏହାର ସୁରକ୍ଷା ଦାୟିତ୍ୱ ତୁଲାଇବେ। ଜେଲ୍ ପରିସରରେ ଏ ଓ ବି, ଏଭଳି ଦୁଇଟି ଶ୍ରେଣୀର ହସ୍ପିଟାଲ ରହିବ।  ଏଥିରେ ମେଡିସିନ, ସର୍ଜରୀ ଓ ଅର୍ଥୋପେଡିକ୍ ଡାକ୍ତର ନିଯୁକ୍ତ ହେବେ। ମୁକ୍ତାକାଶ ଜେଲରେ କଲୋନୀ ଗଠନ ଲାଗି ନୂଆ ମାନୁଆଲରେ ପ୍ରସ୍ତାବ ରହିଛି। ଏଠି କଏଦୀମାନେ ସେମାନଙ୍କ ପରିବାର ସହ ସକାଳ ୬ରୁ ସନ୍ଧ୍ୟା ୭ଟା ଯାଏ ରହିପାରିବେ।

ଏଭଳି  ଅନେକ  ସଂସ୍କାର ପ୍ରସ୍ତାବ ଥିବା ଜେଲ ମାନୁଆଲର ନୂଆ ଡ୍ରାଫ୍ଟକୁ ଅନୁମୋଦନ ଲାଗି ଗୃହ ବିଭାଗକୁ ପଠାଯାଇଛି। ତେବେ ରାଜ୍ୟ ସରକାର କେଉଁ ସବୁ ପ୍ରସ୍ତାବ ଗ୍ରହଣ କରୁଛନ୍ତି ତା ଉପରେ ନଜର ରହିଛି।

Related story