ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ପୂର୍ବରୁ ବଦଳିଲେ ବୁର୍ଲା ମେଡିକାଲର ଅଧୀକ୍ଷକ  

ସମ୍ୱଲପୁର: ୯ ଦଫା ଦାବି ନେଇ ଆସନ୍ତାକାଲିଠାରୁ ବୁର୍ଲା ମେଡିକାଲ କଲେଜର ଜୁନିୟର ଡାକ୍ତର ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ଡାକ୍ତର ବ୍ରଜମୋହନ ମିଶ୍ରଙ୍କୁ  କଲେଜର ନୂଆ ଅଧୀକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି। କଲେଜର ନିର୍ଦ୍ଦେଶକ ସୋନାମାଳି ବାଗ୍ ଏହି ସୂଚନା ଦେଇଛନ୍ତି। କଲେଜରେ ଏମ୍‌ଆରଆଇ ମେସିନ୍, ୨୪ ଘଣ୍ଟିଆ ଜଳଯୋଗାଣ ଆଦି ବ୍ୟବସ୍ଥା ସହ ଅନ୍ୟ କେତେକ ଦାବିରେ ଜୁନିୟର ଡାକ୍ତରୀ ସଂଘ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି […]

burla

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 06:00 PM IST

ସମ୍ୱଲପୁର: ୯ ଦଫା ଦାବି ନେଇ ଆସନ୍ତାକାଲିଠାରୁ ବୁର୍ଲା ମେଡିକାଲ କଲେଜର ଜୁନିୟର ଡାକ୍ତର ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ଡାକ୍ତର ବ୍ରଜମୋହନ ମିଶ୍ରଙ୍କୁ  କଲେଜର ନୂଆ ଅଧୀକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି। କଲେଜର ନିର୍ଦ୍ଦେଶକ ସୋନାମାଳି ବାଗ୍ ଏହି ସୂଚନା ଦେଇଛନ୍ତି।

କଲେଜରେ ଏମ୍‌ଆରଆଇ ମେସିନ୍, ୨୪ ଘଣ୍ଟିଆ ଜଳଯୋଗାଣ ଆଦି ବ୍ୟବସ୍ଥା ସହ ଅନ୍ୟ କେତେକ ଦାବିରେ ଜୁନିୟର ଡାକ୍ତରୀ ସଂଘ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ଆନ୍ଦୋଳନକୁ ଆଖି ଆଗରେ ରଖି ଅନ୍ୟ ଡାକ୍ତରମାନଙ୍କ ଛୁଟି ବାତିଲ କରି ଦିଆଯାଇଛି। ଏହାସହ ଛୁଟିରେ ଥିବା ଡାକ୍ତରମାନଙ୍କୁ ଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story