ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର
ବାଲେଶ୍ୱର/ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ଓ ବାଲେଶ୍ୱରର ଜିଲ୍ଲାର ବସ୍ତା, ବାଲିଆପାଳ ଓ ଭୋଗରାଇ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ଅତିରିକ୍ତ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି,“ଦୁଇ ଦିନ ଧରି ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ […]
ବାଲେଶ୍ୱର/ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ଓ ବାଲେଶ୍ୱରର ଜିଲ୍ଲାର ବସ୍ତା, ବାଲିଆପାଳ ଓ ଭୋଗରାଇ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।
ଅତିରିକ୍ତ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି,“ଦୁଇ ଦିନ ଧରି ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଦେଇଛି। ଝାଡ଼ଖଣ୍ଡରୁ ୩ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛଡ଼ାଯାଇଛି। ମୟୂରଭଞ୍ଜର ଗୋଟିଏ ଓ ବାଲେଶ୍ୱରର ୪ଟି ବ୍ଲକ୍ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଥିପାଇଁ ଦୁଇ ଜିଲ୍ଲାରେ ପ୍ରଶାସନ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସଂଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା କରିବାକୁ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି। ଅଧିକ କିଛି ଆବଶ୍ୟକ ଥିଲେ ତୁରନ୍ତ ଜଣାଇବା ପାଇଁ ୨ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି।”