ଦକ୍ଷିଣ କୋରିଆର ସୁପର ସ୍ପ୍ରେଡ୍‌ର କଥା କହି ଘରେ ରହିବାକୁ ପରାମର୍ଶ ଦେଲେ ବାଗ୍‌ଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀ ଭୁବନେଶ୍ୱରରେ ତୃତୀୟ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ସମସ୍ତେ ଭୟଭୀତ। ତେବେ ରାଜଧାନୀବାସୀଙ୍କ ମନରୁ ଏହି ଭୟ ଦୂର କରିବାକୁ ଯାଇ ‘କୋଭିଡ୍‌-୧୯’ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୁପର ସ୍ପ୍ରେଡର କଥା ବଖାଣିଛନ୍ତି। ଆଉ ସେ କହିଥିଲେ, ଘରେ ରୁହନ୍ତି। ୧୦୪ର ନିର୍ଦ୍ଦେଶ ବିନା ଘରୁ ବାହାରନ୍ତୁନି। ତେବେ ଏଠି ପ୍ରଶ୍ନ ଉଠୁଛି ସୁପର ସ୍ପ୍ରେଡର କଣ? ଦକ୍ଷିଣ କୋରିଆରେ ଜଣେ ୬୦ ବର୍ଷୀୟା ମହିଳା ‘କରୋନା’ରେ ଆକ୍ରାନ୍ତ […]

subrat

Manoranjan Sial
  • Published: Friday, 27 March 2020
  • , Updated: 27 March 2020, 05:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀ ଭୁବନେଶ୍ୱରରେ ତୃତୀୟ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ସମସ୍ତେ ଭୟଭୀତ। ତେବେ ରାଜଧାନୀବାସୀଙ୍କ ମନରୁ ଏହି ଭୟ ଦୂର କରିବାକୁ ଯାଇ ‘କୋଭିଡ୍‌-୧୯’ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୁପର ସ୍ପ୍ରେଡର କଥା ବଖାଣିଛନ୍ତି। ଆଉ ସେ କହିଥିଲେ, ଘରେ ରୁହନ୍ତି। ୧୦୪ର ନିର୍ଦ୍ଦେଶ ବିନା ଘରୁ ବାହାରନ୍ତୁନି। ତେବେ ଏଠି ପ୍ରଶ୍ନ ଉଠୁଛି ସୁପର ସ୍ପ୍ରେଡର କଣ?

ଦକ୍ଷିଣ କୋରିଆରେ ଜଣେ ୬୦ ବର୍ଷୀୟା ମହିଳା ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସହ ଆହୁରି ୩୦ ଜଣ ବିଦେଶରୁ ଆସିଥିଲେ। ୩୦ ଜଣଙ୍କୁ କୋରିଆ ପ୍ରଶାସନ ଚିହ୍ନଟ କରିଥିଲେ ହେଁ ଏହି ୬୦ ବର୍ଷୀୟ ମହିଳା ଖସି ଯାଇଥିଲେ। ଅର୍ଥାତ ସେ ହେଉଛନ୍ତି ପେସେଣ୍ଟ ଥାର୍ଟି ୱାନ। ଏବେ ସେ ସୁପର ସ୍ପ୍ରେଡର ଆଖ୍ୟା ପାଇଛନ୍ତି। କାରଣ ଏହି ମହିଳା ସିଧାସଳଖ ୧୧୬୦ ଜଣ ସଂସ୍ପର୍ଶରେ ଆସିଥିଲେ। ଏବେ ସେମାନେ ସମସ୍ତେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ସମ୍ପୃକ୍ତ ମହିଳାଙ୍କୁ ବିଶ୍ୱ ସୁପର ସ୍ପ୍ରେଡର ଆଖ୍ୟା ଦେଇଛି। ସେହିଭଳି ହେବାକୁ ଦିଅନ୍ତୁ ନାହିଁ। ଘରେ ରହନ୍ତୁ, ୧୦୪ର ନିର୍ଦ୍ଦେଶ ବିନା ଘରୁ ବାହାରନ୍ତୁନି ବୋଲି ‘କୋଭିଡ୍‌-୧୯’ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

ସେ ଆହୁରି କହିଛନ୍ତି-“ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଆଉ ୬୨୨୧୦ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୯୬୮ ଥିଲା ବେଳେ ଆଜି ୫୩୭୧୭୮ ରହିଛି। ଗତକାଲି ମୃତ୍ୟୁ ସଂଖ୍ୟା ଥିଲା ୨୧୩୫୩ ଥିଲା ବେଳେ ଆଜି ୨୪୧୨୬ରେ ପହଞ୍ଚିଛି। ଗତକାଲି ଭାରତରେ ୬୮୬ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୭୫୩କୁ ବୃଦ୍ଧି ହୋଇଛି। ଗତକାଲି ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଆମେରିକା ଏବେ ସାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତଙ୍କ ଦେଶ ପାଲଟିଛି। ଆମେରିକାରେ ୮୫, ୬୧୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୩୦୧ ଜଣଙ୍କ ମୃତ୍ୟୁ ଘଟିଛି।

Related story