କରୋନାକୁ ନେଇ ୧୨ଟି ମିଛ, ଉତ୍ତର ରଖିଲେ ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ମାଧ୍ୟମରେ ସାମାଜିକ ଦୂରତ୍ୱ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ କରୋନା ଶିକାରରୁ ଦୂରେଇ ରହିବା ପାଇଁ ନାନାଦି ଚର୍ଚ୍ଚା ଲୋକମାନଙ୍କ ମଧ୍ୟରେ ହେଉଛି। ତେବେ ଏସବୁ ଚର୍ଚ୍ଚା କେବଳ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଓ ଏହାର ବିଜ୍ଞାନସମ୍ମତ ସେଭଳି କୌଣସି ପ୍ରମାଣ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି […]

ba

Hemant Lenka
  • Published: Wednesday, 15 April 2020
  • , Updated: 15 April 2020, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ମାଧ୍ୟମରେ ସାମାଜିକ ଦୂରତ୍ୱ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ କରୋନା ଶିକାରରୁ ଦୂରେଇ ରହିବା ପାଇଁ ନାନାଦି ଚର୍ଚ୍ଚା ଲୋକମାନଙ୍କ ମଧ୍ୟରେ ହେଉଛି। ତେବେ ଏସବୁ ଚର୍ଚ୍ଚା କେବଳ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଓ ଏହାର ବିଜ୍ଞାନସମ୍ମତ ସେଭଳି କୌଣସି ପ୍ରମାଣ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ଲୋକଙ୍କ ମଧ୍ୟରେ ହେଉଥିବା ଏଭଳି ୧୨ଟି ଚର୍ଚ୍ଚା(ଭ୍ରାନ୍ତ ଧାରଣା)କୁ ଅମୂଳକ ବୋଲି ସୂଚନା ଦେଇଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ, କୋଭିଡ-୧୯ ବା କରୋନାରୁ ମୁକ୍ତି ଅବା ଶିକାର ନହେବା ପାଇଁ ଲୋକମାନଙ୍କ ମଧ୍ୟରେ ଥିବା ୧୨ଟି ଭ୍ରାନ୍ତ ଧାରଣାକୁ ସେ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ଚାହୁଁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ବିଶେଷଜ୍ଞମାନଙ୍କ ମତ ଆଧାରରେ ସେ ଏସବୁକୁ ଭ୍ରାନ୍ତ ଧାରଣା ବୋଲି କହିଛନ୍ତି। ତେବେ ନିମ୍ନଲିଖିତ ୧୨ଟି ଧାରଣା ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିଛି, ଏସବୁ କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାସହିତ ସେ ମାସ୍କ କିଭଳି ପିନ୍ଧନ୍ତି ତାହା ମଧ୍ୟ ଜଣାଇଥିଲେ।

ପ୍ରଥମ- ନାକରେ ଲୁଣପାଣି ଦେଲେ କରୋନା ଭଲ ହୁଏ ନାହିଁ । ଅବଶ୍ୟ ଲୁଣପାଣି ନାକରେ ଥଣ୍ଡା କିଛି ପରିମାଣରେ କମିଥାଏ । ତେଣୁ ନାକରେ ଲୁଣପାଣି ଦେବା ସମାଧାନ ନୁହେଁ, ବରଂ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ହିଁ ଏହାର ସମାଧାନ । ନାକ କି ପାଟି ପାଖକୁ ହାତ ନେବେ ନାହିଁ ।

ଦ୍ୱିତୀୟ- କରୋନା ଭୂତାଣୁ ଗରମ ଦିନରେ ଆପେଆପେ ମରିଯିବ । ୨୫ଡିଗ୍ରୀ ସେଲସିୟସ ତାପମାତ୍ରା ହେଲେ କରୋନା ଭାଇରସ ମରିଯିବ । ତେବେ ଏହା ବିଜ୍ଞାନସମ୍ମତ କଥା ନୁହେଁ ।

ତୃତୀୟ- କରୋନା ଥରେ ଧରିଲେ ସାରା ଜୀବନ ଗୋଡ଼ାଇବ । ଏହା ବି ଏକ ଭ୍ରାନ୍ତ ଧାରଣା । କାରଣ ଯେମିତି ହାଡ଼ଫୁଟି, ମିଳିମିଳ ଥରେ ହେଲେ ଆଉ ହୁଏନି । ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଆସିଯାଏ । ଠିକ୍ ସେମିତି କରୋନା ଥରେ ହେଲେ ତାକୁ ପ୍ରତିହତ କରିବାକୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଆସିଯାଇଥାଏ । ସାରା ଜୀବନ ତାକୁ ହେବନି ।

ଚତୁର୍ଥ- ପ୍ରଶ୍ୱାସକୁ ୧୦ ସେକେଣ୍ଡ ରଖିପାରିଲେ କରୋନା ହୋଇନି ବୋଲି କିଛି ଲୋକ ଭାବୁଛନ୍ତି । କିନ୍ତୁ ତା’ର କୌଣସି ସତ୍ୟତା ନାହିଁ । ଥଣ୍ଡା,ଜ୍ୱର, କାଶ ଓ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଥିଲେ ହିଁ ଏହା କରୋନାର ଲକ୍ଷଣ ବୋଲି ପ୍ରାଥମିକ ଭାବେ କୁହାଯାଇଥାଏ ।

ପଞ୍ଚମ- ମଦ ପିଇଲେ କରୋନା ହେବନି । ଏହା ବି ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା । କାରଣ ମଦ ଓ ନିଶାଦ୍ରବ୍ୟ କେହି ବ୍ୟବହାର କରୁଥିଲେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ମଦ ପିଇଲେ ସଂକ୍ରମଣର ଆଶଙ୍କା ବରଂ ଅଧିକ ହେବ, କମିବ ନାହିଁ ।

ଷଷ୍ଠ- ଗରମ ପାଣିରେ ଗାଧେଇଲେ କରୋନା ହେବନି । ତାହା ଠିକ୍ ନୁହେଁ । ଗରମ ପାଣିରେ ଗାଧେଇବାର ଥିଲେ ଗାଧାନ୍ତୁ କିନ୍ତୁ ଦିନକୁ ୬ରୁ ୭ଥର ହାତକୁ ସଫା କରନ୍ତୁ ।

ସପ୍ତମ- ମଶା କାମୁଡ଼ାରୁ କରୋନା ସଂକ୍ରମିତ ହୋଇପାରେ । ଏହା ବି ଭୁଲ୍ କଥା । କରୋନା ହେଉଛି କାଶ,ଛିଙ୍କରୁ ବାହାରୁ ଥିବା କଣିକା ମାଧ୍ୟମରେ ଶ୍ୱାସନଳୀକୁ ଯାଇ ସଂକ୍ରମଣ ହେଉଛି । ତେଣୁ ମଶା କାମୁଡ଼ିଲେ ମ୍ୟାଲେରିଆ ବା ଫାଇଲେରିଆ ହୁଏ କରୋନା ନୁହେଁ

÷ଅଷ୍ଟମ- ରସୁଣ ଖାଇଲେ କରୋନା ହେବନି । ରସୁଣ ଖାଇବାର ଥିଲେ ଖାଆନ୍ତୁ । କିନ୍ତୁ ରସୁଣ କରୋନାର ପ୍ରତିଷେଧକ ନୁହେଁ । ରସୁଣ ସାଙ୍ଗରେ କରୋନାର କୌଣସି ସମ୍ପର୍କ ନାହିଁ ।

ନବମ- ଛୁଆ ଓ ଯୁବକଙ୍କୁ କରୋନା ହେବନି । ଏହା ସତ କଥା ନୁହେଁ । ସବୁ ବୟସର ଲୋକଙ୍କୁ କରୋନାର ଭୟ ରହିଛି । ୭୦ବର୍ଷ ଅଧିକ ବୟସର ଲୋକଙ୍କୁ କରୋନା ଆଡ଼ୁ ଅଧିକ ବିପଦ ରହିଥାଏ ।

ଦଶମ- ଆଣ୍ଟିବାୟୋଟିକ୍ ଔଷଧ ଖାଇଲେ କରୋନା ହେବନି । ଏହା ଭ୍ରାନ୍ତଧାରଣା । ସାଙ୍ଗସାଥୀଙ୍କ ପରାମର୍ଶରେ ଏହା କରନ୍ତୁ ନାହିଁ । କାରଣ ଆଣ୍ଟିବାୟୋଟିକରେ ଜୀବାଣୁ ନାଶ ହୁଅନ୍ତୁ ଭୂତାଣୁ ନୁହେଁ । ତେଣୁ ଆଣ୍ଟିବାୟୋଟିକ୍ ଖାଇଲେ ଏହା କରୋନାକୁ ପ୍ରତିରୋଧ କରିପାରିବ ନାହିଁ ।

ଏକାଦଶ- କ୍ଲୋରିନ ପାଣିରେ କୁଳୁକୁଞ୍ଚା କଲେ କରୋନା ହେବନି । ଏହା ବି ଏକ ଭ୍ରାନ୍ତଧାରଣା । ଏପରି କଲେ ଅନ୍ୟାନ୍ୟ ସଙ୍ଗୀନ ସ୍ୱାସ୍ଥ୍ୟସମସ୍ୟା ଦେଖାଦେବ । ତେଣୁ କ୍ଲୋରିନ ପାଣିକୁ କଦାପି ପାଟିରେ ପୁରାଇବେ ନାର୍ହି ।

ଦ୍ୱାଦଶ- ପୋଷା କୁକୁର ଓ ବିଲେଇଙ୍କଠୁ କରୋନା ହୋଇପାରେ ବୋଲି ଭ୍ରାନ୍ତଧାରଣା ରହିଛି । ତେବେ ପୋଷା ଜନ୍ତୁଙ୍କଠୁ କରୋନା ସଂକ୍ରମଣ ହେବାର କୌଣସି ସମ୍ଭାବନା ନାହିଁ ।

Related story