ତୀବ୍ର ରୂପ ନେଉଛି ମୋଟୁ ତହସିଲଦାର-ମାଲକାନଗିରି ଥାନାଧିକାରୀ ବିବାଦ      

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ତହସିଲଦାର ଅନୀଲ ସେଠୀଙ୍କୁ ମାଲକାନଗିରି ଥାନା ଆଇଆଇସି ରାଜକିଶୋର ଦାସଙ୍କ ଦୁର୍ବ୍ୟବହାର ଅଭିଯୋଗକୁ ବିବାଦ ଉଗ୍ରରୂପ ଧାରଣ କରିଛି। ଫଳରେ ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପୋଲିସ ବିରୋଧରେ ଏକ୍‌ଜୁଟ୍‌ ହୋଇଛି ଜିଲ୍ଲା ପ୍ରଶାସନିକ ଅଧିକାରୀ କର୍ମଚାରୀ ସଂଘ। ଆଜି କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧି ସେମାନେ ପ୍ରତିବାଦ କରିବା ସହ କାମ ବନ୍ଦ କରିଛନ୍ତି। ସମ୍ପୃକ୍ତ ଆଇଆଇସିଙ୍କୁ ନିଲମ୍ବନ ଓ ଏସ୍‌ପିଙ୍କ ବଦଳି ନ ହେଲେ […]

motu-adm-makangiri-iic

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 05:04 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ତହସିଲଦାର ଅନୀଲ ସେଠୀଙ୍କୁ ମାଲକାନଗିରି ଥାନା ଆଇଆଇସି ରାଜକିଶୋର ଦାସଙ୍କ ଦୁର୍ବ୍ୟବହାର ଅଭିଯୋଗକୁ ବିବାଦ ଉଗ୍ରରୂପ ଧାରଣ କରିଛି। ଫଳରେ ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ପୋଲିସ ବିରୋଧରେ ଏକ୍‌ଜୁଟ୍‌ ହୋଇଛି ଜିଲ୍ଲା ପ୍ରଶାସନିକ ଅଧିକାରୀ କର୍ମଚାରୀ ସଂଘ। ଆଜି କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧି ସେମାନେ ପ୍ରତିବାଦ କରିବା ସହ କାମ ବନ୍ଦ କରିଛନ୍ତି। ସମ୍ପୃକ୍ତ ଆଇଆଇସିଙ୍କୁ ନିଲମ୍ବନ ଓ ଏସ୍‌ପିଙ୍କ ବଦଳି ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏନେଇ ମାଲକାନ୍‌ଗିରି ଏଡିଏମ୍‌ ରଘୁମଣି ଗମାଙ୍ଗ କହିଛନ୍ତି,“ସମସ୍ୟା ଆମେ ବଢାଉ ନାହୁଁ।ପୋଲିସ ପ୍ରଶାସନ ସମସ୍ୟା ବଢାଉଛି। ଏହି କ୍ଷେତ୍ରରେ ଏସ୍‌ପି ଯଦି ସାଧାରଣ ଭାବେ ଆଲୋଚନା କରିଥାନ୍ତେ ତାବେ କଥା ଏତେ ବାଟକୁ ଯାଇ ନ ଥାନ୍ତା। ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଲେ ନାହିଁ ତେଣୁ ଆମେ ବାଧ୍ୟ ହୋଇ ଦାବିପତ୍ର ଦେବାକୁ ବାଧ୍ୟ ହେଲୁ।”

ମାଲକାନ୍‌ଗିରି ପୋଲିସ କର୍ମଚାରୀ ସଂଘର ସମ୍ପାଦକ ବିମ୍ବାଧର ନନ୍ଦ କହିଛନ୍ତି,“ଦୁଇ ଜଣ ଅଫିସରଙ୍କ ମଧ୍ୟରେ କିଛି ଅଫିସିଆଲ୍ ଆଲୋଚନା ଚାଲୁଥିଲା। ଏହାକୁ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ସଂଘ ଯେଉଁ ଆନ୍ଦୋଳନାତ୍ମ ପନ୍ଥା ଆପଣେଇଛି ତାହା ଯୁକ୍ତିଯୁକ୍ତ ନୁହେଁ। ଏହାକୁ ଆମେ ଦୃଢ ଭାବରେ ତୀବ୍ର ନିନ୍ଦା କରୁଛୁ।”

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ମାଲକାନ୍‌ଗିରି ପୋଲିସ ଅଧିକାରୀ କୌଣସି ଜମିବାଡି କାମରେ ମୋଟୁ ତହସିଲଦାରଙ୍କ ଘରକୁ ଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥବା ଅଭିଯୋଗ ହୋଇଥିଲା।

Related story