ବିଜେଡିର ଅଭିଯୋଗକୁ ବୈଜୟନ୍ତଙ୍କ ଦୃଢ଼ ଖଣ୍ଡନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ। ସେ କହିଛନ୍ତି,“ ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ତାଙ୍କ ପୂର୍ବ ସତ୍ୟପାଠରେ ଆୟର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ସଲଗ୍ନ କରାଯାଇଥିଲା। ଯେଉଁଥିପାଇଁ ଅଦାଲତ ଏ ସମ୍ପର୍କିତ ମାମଲା ଉପରେ ରହିତାଦେଶ ଜାରି କରିଥିଲେ।” ସେ ଆହୁରି କହିଛନ୍ତି,“ ବିଜେଡିରୁ ଗତ […]

BAIJAYANTPANDA..........999999999999999

BAIJAYANTPANDA..........999999999999999

Tapaswini Nayak
  • Published: Saturday, 13 April 2019
  • Updated: 13 April 2019, 09:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ।

ସେ କହିଛନ୍ତି,“ ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ତାଙ୍କ ପୂର୍ବ ସତ୍ୟପାଠରେ ଆୟର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ସଲଗ୍ନ କରାଯାଇଥିଲା। ଯେଉଁଥିପାଇଁ ଅଦାଲତ ଏ ସମ୍ପର୍କିତ ମାମଲା ଉପରେ ରହିତାଦେଶ ଜାରି କରିଥିଲେ।”

ସେ ଆହୁରି କହିଛନ୍ତି,“ ବିଜେଡିରୁ ଗତ ୧୮ବର୍ଷ ଧରି ସାଂସଦ ଥିବାବେଳେ ବିଜେଡି ମୋ ବିରୋଧରେ ଏ ନେଇ କୌଣସି ଅଭିଯୋଗ ଆଣିନଥିଲା। ଗତ ୨ ବର୍ଷ ହେଲା ଆକସ୍ମିକ ଭାବେ ମୋର ବହୁ ତ୍ରୁଟି ବାହାର କରୁଛି।”

ବୈଜୟନ୍ତ କହିଛନ୍ତି,“ବିଜେଡି ଏବେ ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ ଦଳ ପାଲଟିଛି। ଓଡ଼ିଶା ଲୋକେ ଏ ନେଇ ଅବଗତ ଅଛନ୍ତି ଓ ଆଉ କିଛି ସପ୍ତାହ ପରେ ଓଡ଼ିଶା ଏମାନଙ୍କଠାରୁ ମୁକ୍ତ ହେବ।”

ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ବିଜେଡି ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଛି ଯେ, IMFAର ଭାଇସ ଚେୟାରମ୍ୟାନ ଭାବେ ବୈଜୟନ୍ତ ବାର୍ଷିକ ୨ କୋଟି ଟଙ୍କା ଆୟ କରୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି। କିନ୍ତୁ ଗତ ନିର୍ବାଚନବେଳେ ସେ ଏହି ତଥ୍ୟ ଲୁଚାଇଥିଲେ ବୋଲି ବିଜେଡି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos