କୋଭିଡ୍ ଟିକା ରାଜନୀତିକୁ କଡ଼ା ସମାଲୋଚନା କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକାକୁ ନେଇ ହେଉଥିବା ରାଜନୀତିକୁ କଡ଼ା ଭାଷାରେ ସମାଲୋଚନା  କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିରୋଧୀଙ୍କ ଛଳନା ଓ ନୈରାଶ୍ୟବାଦର ମୁଖା ଖୋଲିବା ସମୟ ଆସିଛି ବୋଲି କହି ଟ୍ୱିଟ କରିଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ପିଆଇବିର ଟ୍ୱିଟକୁ ପୋଷ୍ଟ କରିଛନ୍ତି। କିଭଳି କିଛି ରାଜ୍ୟ ଟିକାଦାନରେ ପଛୁଆ ରହିଛନ୍ତି ତାହା ସେ ଦର୍ଶାଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବରେ ଟିକାଦାନ ହାର […]

Baijayant Jay Panda

Baijayant Jay Panda

Niharika Rout
  • Published: Thursday, 08 April 2021
  • Updated: 08 April 2021, 03:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକାକୁ ନେଇ ହେଉଥିବା ରାଜନୀତିକୁ କଡ଼ା ଭାଷାରେ ସମାଲୋଚନା  କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିରୋଧୀଙ୍କ ଛଳନା ଓ ନୈରାଶ୍ୟବାଦର ମୁଖା ଖୋଲିବା ସମୟ ଆସିଛି ବୋଲି କହି ଟ୍ୱିଟ କରିଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ପିଆଇବିର ଟ୍ୱିଟକୁ ପୋଷ୍ଟ କରିଛନ୍ତି। କିଭଳି କିଛି ରାଜ୍ୟ ଟିକାଦାନରେ ପଛୁଆ ରହିଛନ୍ତି ତାହା ସେ ଦର୍ଶାଇଛନ୍ତି।

ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବରେ ଟିକାଦାନ ହାର ନଗଣ୍ୟ ରହିଛି। ଏପରିକି ଛତିଶଗଡ଼ ସରକାର କୋଭାକ୍ସିନ ଟିକା ନେବାକୁ ଅମଙ୍ଗ ଥିବା ଦର୍ଶାଯାଇଛି ବୈଜୟନ୍ତ। କରୋନା ଟିକା କମ୍ ଥିବା କହି ଗତକାଲି ମହାରାଷ୍ଟ୍ରର କିଛି ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଥିଲା। ଏହାକୁ ନେଇ କିଛି ରାଜ୍ୟ ସରକାର କେନ୍ଦ୍ରକୁ ଦାୟୀ କରିଥିବା ବେଳେ ଏହାର  କଡ଼ା ଜବାବ, ପ୍ରମାଣ ସହ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ।

ଅପରପକ୍ଷେ ଓଡ଼ିଶାରେ ମଧ୍ୟ ଟିକା ସଙ୍କଟ ଦେଖାଦେଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ଗତକାଲି ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ଟିକା ନ ଥିବାରୁ ମାତ୍ର ୧ ଲକ୍ଷ ୧୦ ହଜାର ଡୋଜ୍ ଦିଆଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଏଥିସହ ସେ କହିଛନ୍ତି, ରାଜ୍ୟରେ ଏବେ ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍ କୋଭିସିଲଡ୍ ଟିକା ରହିଛି। ଦୁଇଦିନ ଭିତରେ ଏହି ଟିକା ସରିଯିବ।  ଗତକାଲି  ରାଜ୍ୟର  ୭୦୦ଟି ଟିକାକରଣ କେନ୍ଦ୍ର ସମେତ କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।  ଆଗାମୀ ୧୦  ଦିନ ଟିକାକରଣ ଲାଗି ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, “ଯେଉଁ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରି ନାହାନ୍ତି, ସେହି ସରକାର ଟିକାକରଣ ସଫଳ ହେଉ ବୋଲି ଚାହୁଁ ନାହାନ୍ତି। ଟିକା ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ହୀନ ରାଜନୀତି କରୁଛନ୍ତି। ଅଧୈର୍ଯ୍ୟ ନ ହୋଇ ଅପେକ୍ଷା କରନ୍ତୁ। ଦେଶରେ ପର୍ଯ୍ୟାପ୍ତ ଟିକା ଅଛି, ସମସ୍ତେ ଟିକା ପାଇବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos