ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଗୁରୁପୂର୍ଣ୍ଣିମା। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ଦୁଇ ପ୍ରସିଦ୍ଧ ଗୁରୁଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି। ସମ୍ୱର୍ଦ୍ଧିତ ହୋଇଥିବା ଦୁଇ ଗୁରୁ ହେଲେ ନୂଆଦିଲ୍ଲୀ ଅକ୍ଷରଧାମର ପୂଜକ ତଥା ଧାର୍ମିକ ବକ୍ତା ସ୍ୱାମୀ ମୁନିବତ୍ସଳ ଓ ପ୍ରଖ୍ୟାତ ଚିତ୍ରଶିଳ୍ପୀ ରାମେଶ୍ୱର ବ୍ରୁତା। ଏହି ସମୟରେ ଦିଲ୍ଲୀ ବିଜେପି ମହାମନ୍ତ୍ରୀ କୁଲଜିତ ସିଂ ଚହଲି ଉପସ୍ଥିତ ଥିଲେ।
ଅକ୍ଷରଧାମର ପୂଜକ ସ୍ୱାମୀ ମୁନିବତ୍ସଳ ହେଉଛନ୍ତି ଜଣେ ଓଜସ୍ୱୀ ବକ୍ତା। ସେ ଦେଶର ବିଭିନ୍ନ ସ୍ଥାନରେ ଅନେକ ମଞ୍ଚରେ ଲୋକଙ୍କୁ ପ୍ରେରଣା ଦେଇଆସିଛନ୍ତି। ସେଥିପାଇଁ ସେ ବିଭିନ୍ନ ମଞ୍ଚରେ ସମ୍ମାନିତ ହୋଇଛନ୍ତି। ସେହିପରି ଚିତ୍ରଶିଳ୍ପୀ ରାମେଶୱର ବ୍ରୁତା ଭାରତୀୟ ଚିତ୍ରକଳା ଜଗତର ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କ ଚିତ୍ରକଳା ରାଷ୍ଟ୍ରପତି ଭବନ, ଜାତୀୟ ଆର୍ଟ ଗ୍ୟାଲେରୀରେ ସ୍ଥାନ ପାଇଛି। ସେ ଅନେକ ମଞ୍ଚରେ ସମ୍ମାନିତ ହୋଇ ଯୁବ ଚିତ୍ରକରଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।
ଶ୍ରୀଯୁକ୍ତ ପଣ୍ଡା ଆଜି ପ୍ରଥମେ ସ୍ୱାମୀ ମୁନିବତ୍ସଳଙ୍କୁ ସାକ୍ଷାତ କରି ସମ୍ୱିର୍ଦ୍ଧିତ କରିଥିଲେ। ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ। ସେ ତାଙ୍କ ସହ ଧାର୍ମିକ ତଥା ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ଶ୍ରୀଯୁକ୍ତ ପଣ୍ଡା ଚିତ୍ରଶିଳ୍ପୀ ଶ୍ରୀ ବ୍ରୁତାଙ୍କୁ ସାକ୍ଷାତ କରି ସମ୍ୱିର୍ଦ୍ଧିତ କରିଥିଲେ। ଗୁରୁପୂର୍ଣ୍ଣିମା ଅବସରରେ ଏହି ଦୁଇ ଗୁରୁମାନଙ୍କ ସାନିଧ୍ୟ ପାଇବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।