ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ବୈଜୟନ୍ତଙ୍କ ତେହେରାନ ଗସ୍ତ

ଭୁବନେଶ୍ୱର: ଇରାନରେ ତେହେରାନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବାକୁ  କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ  ପଣ୍ଡା ତେହେରାନ୍ ଗସ୍ତ କରିଛନ୍ତି। ଭାରତୀୟ  ସାଂସ୍କୃତିକ ସଂପର୍କ ପରିଷଦର ପ୍ରତିନିଧି ଦଳ ସହ ସେ ଯାତ୍ରା କରିଛନ୍ତି। ମେ’ ୨୩ରୁ ୨୫ ଦୁଇ ଦିନ ଧରି ତେହେରାନଠାରେ ଏହି ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀର ଉଦଘାଟନ କରିବେ। ଏଥିରେ  ଭାରତ ଓ ଇରାନ ମଧ୍ୟରେ ସଂପର୍କ ମୁଖ୍ୟ ପ୍ରସଙ୍ଗ ରହିବ। […]

Baijayant Panda

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:48 AM IST

ଭୁବନେଶ୍ୱର: ଇରାନରେ ତେହେରାନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବାକୁ  କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ  ପଣ୍ଡା ତେହେରାନ୍ ଗସ୍ତ କରିଛନ୍ତି। ଭାରତୀୟ  ସାଂସ୍କୃତିକ ସଂପର୍କ ପରିଷଦର ପ୍ରତିନିଧି ଦଳ ସହ ସେ ଯାତ୍ରା କରିଛନ୍ତି। ମେ’ ୨୩ରୁ ୨୫ ଦୁଇ ଦିନ ଧରି ତେହେରାନଠାରେ ଏହି ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀର ଉଦଘାଟନ କରିବେ। ଏଥିରେ  ଭାରତ ଓ ଇରାନ ମଧ୍ୟରେ ସଂପର୍କ ମୁଖ୍ୟ ପ୍ରସଙ୍ଗ ରହିବ। ସାଂସଦ ପଣ୍ଡା ବିଶ୍ୱଶାନ୍ତି ବଜାୟ ରଖିବାରେ ଭାରତ-ଇରାନ୍ ସହବନ୍ଧନର ଭୂମିକା ଉପରେ ନିଜର ଅଭିଭାଷଣ ଦେବେ। ଏହି ସମ୍ମିଳନୀର ଶୀର୍ଷକ ରହିଛି “ଇଣ୍ଡିଆ-ଇରାନ ଟୁ ଗ୍ରେଟ୍ ସିଭିଲାଇଜେସନ୍‌ ରେଟ୍ରୋସ୍ପେକ୍ଟ ପ୍ରୋସପେକ୍ଟସ”।

Related story