ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହାସହ ବାତ୍ୟା ମୁକାବିଲାରେ ସେନା ଓ ଓଡ୍ରାଫର ଭୂମିକାକୁ ପ୍ରଶଂସା କରିଛନ୍ତି।
ବୈଜୟନ୍ତ ପୁଣି ଥରେ ବିନା ମୂଲ୍ୟରେ ପୂର୍ବପରି ତାଙ୍କ ହେଲିକପ୍ଟର ବ୍ୟବହାର କରିବା ପାଇଁ କହିଛନ୍ତି।
ବାତ୍ୟାରେ ୪୫ ଜଣଙ୍କର ମୃତ୍ୟୁ ନେଇ ରିପୋର୍ଟ ଆସୁଛି। ନିଖୋଜଙ୍କ ପରିବାର ଉଦ୍ଧାର, ରିଲିଫ୍ ଚାହୁଁଥାଇ ପାରନ୍ତି ବୋଲି ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ସିଲ୍ କରି ରଖାଯାଇଥିବା ତିନିଟି ହେଲିକପ୍ଟର ମଧ୍ୟରୁ ଦୁଇଟିକୁ ବାହାର କରି ରାଜ୍ୟ ସରକାର ମାଗଣାରେ ରିଲିଫ୍ କାର୍ଯ୍ୟରେ ସେଗୁଡ଼ିକୁ ବ୍ୟବହାର କରନ୍ତୁ ବୋଲି ବୈଜୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର ଅପିଲ୍ କରିଛନ୍ତି।
ଚିଲିକା ଉପରେ ଉଡ଼ାଣ ଅଭିଯୋଗରେ ଇମ୍ଫାର ତିନିଟି ହେଲିକପ୍ଟରକୁ ସରକାର ସିଲ୍ କରି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।