ରାଜ୍ୟସଭାର ଭୂମିକା ସମ୍ପର୍କରେ ସାଂସଦ ବୈଜୟନ୍ତ ପଣ୍ଡା ଲେଖିଥିବା ଆର୍ଟିକିଲ୍ ତାଙ୍କର ନିଜସ୍ୱ ମତ: ବିଜେଡି

ଭୁବନେଶ୍ୱର: ରାଜ୍ୟସଭାର ଭୂମିକା ସମ୍ପର୍କରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଲେଖିଥିବା ଆର୍ଟିକିଲ୍ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ ମତ ବୋଲି କହିଛି ବିଜେଡି। ସଂସଦୀୟ ଗଣତନ୍ତ୍ରର ସମୃଦ୍ଧ ପରମ୍ପରାରେ ବିଶ୍ୱାସ ରଖୁଥିବା ବିଜେଡିର ଆଭିମୁଖ୍ୟକୁ ଏହା କୌଣସି ଭାବରେ ପ୍ରକାଶ କରୁନାହିଁ ବୋଲି ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାର ଜରିଆରେ ବିଜେଡି ମୁଖପାତ୍ର ପ୍ରତାପ ଜେନା ସୂଚନା ଦେଇଛନ୍ତି। ଇସ୍ତାହାରରେ ଆହୁରି କୁହାଯାଇଛି ଯେ, ରାଜ୍ୟସଭା ହିଁ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଦୃଢ଼ ସ୍ତମ୍ୱ […]

Baijayant Panda, MP

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 03:01 PM IST

ଭୁବନେଶ୍ୱର: ରାଜ୍ୟସଭାର ଭୂମିକା ସମ୍ପର୍କରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଲେଖିଥିବା ଆର୍ଟିକିଲ୍ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ ମତ ବୋଲି କହିଛି ବିଜେଡି। ସଂସଦୀୟ ଗଣତନ୍ତ୍ରର ସମୃଦ୍ଧ ପରମ୍ପରାରେ ବିଶ୍ୱାସ ରଖୁଥିବା ବିଜେଡିର ଆଭିମୁଖ୍ୟକୁ ଏହା କୌଣସି ଭାବରେ ପ୍ରକାଶ କରୁନାହିଁ ବୋଲି ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାର ଜରିଆରେ ବିଜେଡି ମୁଖପାତ୍ର ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଇସ୍ତାହାରରେ ଆହୁରି କୁହାଯାଇଛି ଯେ, ରାଜ୍ୟସଭା ହିଁ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଦୃଢ଼ ସ୍ତମ୍ୱ ଭାବେ ସଫଳତାର ସହ ସଂଘୀୟ ସନ୍ତୁଳନକୁ ବଜାୟ ରଖିପାରିଛି। ଯାହା ବିଜେଡି ଦୃଢ଼ ଭାବେ ବିଶ୍ୱାସ କରେ। ଆର୍ଟିକିଲକୁ ନେଇ ଗତକାଲି ରାଜ୍ୟସଭାର ୬ଜଣ ସାଂସଦ ବୈଜୟନ୍ତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ। ତେବେ ସାଂସଦ ବୈଜୟନ୍ତ କହିଛନ୍ତି, ଏହି ଆର୍ଟିକିଲରେ ପ୍ରକାଶ ପାଇଥିବା ମତ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ। ଏହାଛଡ଼ା ଅନ୍ୟ ଦେଶରେ ସଂସଦୀୟ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଥିବାରୁ ଏହି ପ୍ରସଙ୍ଗ ନେଇ ଭାରତରେ ବିତର୍କ ହେବା ଉଚିତ୍।

Related story