ନଡ୍ଡାଙ୍କ ଟିମ୍‌ରେ ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି। ବିଜେପିର ଜାତୀୟ କର୍ମକର୍ତ୍ତା ଟିମରେ ଓଡ଼ିଶାର ନେତାମାନଙ୍କୁ ଗୁରୁତ୍ୱ ମିଳିଥିବାବେଳେ ବୈଜୟନ୍ତ ପଣ୍ଡା ନିଜର ଉପସଭାପତି ପଦ ବଜାୟ ରଖିଛନ୍ତି। ବୈଜୟନ୍ତଙ୍କୁ ମିଶାଇ ଓଡ଼ିଶାର ୪ଜଣ ନେତାଙ୍କୁ କର୍ମକର୍ତ୍ତା ଭାବେ ସାମିଲ କରାଯାଇଛି। ବିଜେପି ପକ୍ଷରୁ ଜାରି କର୍ମକର୍ତ୍ତାଙ୍କ ତାଲିକା ଅନୁସାରେ ସାଂଗଠନିକ ମହାସଚିବ ଭାବେ ବିଏଲ ସନ୍ତୋଷଙ୍କ ସମେତ ଜାତୀୟ ଉପସଭାପତି ଭାବେ ୧୨ ଜଣ, ଜାତୀୟ ସାଧାରଣ […]

Baijayant-Jay-Panda_

Baijayant-Jay-Panda_

Tapas Behera
  • Published: Saturday, 26 September 2020
  • Updated: 26 September 2020, 04:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି। ବିଜେପିର ଜାତୀୟ କର୍ମକର୍ତ୍ତା ଟିମରେ ଓଡ଼ିଶାର ନେତାମାନଙ୍କୁ ଗୁରୁତ୍ୱ ମିଳିଥିବାବେଳେ ବୈଜୟନ୍ତ ପଣ୍ଡା ନିଜର ଉପସଭାପତି ପଦ ବଜାୟ ରଖିଛନ୍ତି। ବୈଜୟନ୍ତଙ୍କୁ ମିଶାଇ ଓଡ଼ିଶାର ୪ଜଣ ନେତାଙ୍କୁ କର୍ମକର୍ତ୍ତା ଭାବେ ସାମିଲ କରାଯାଇଛି।

ବିଜେପି ପକ୍ଷରୁ ଜାରି କର୍ମକର୍ତ୍ତାଙ୍କ ତାଲିକା ଅନୁସାରେ ସାଂଗଠନିକ ମହାସଚିବ ଭାବେ ବିଏଲ ସନ୍ତୋଷଙ୍କ ସମେତ ଜାତୀୟ ଉପସଭାପତି ଭାବେ ୧୨ ଜଣ, ଜାତୀୟ ସାଧାରଣ ସମ୍ପାଦକ ପଦବୀରେ ୮ ଜଣ, ଜାତୀୟ ସମ୍ପାଦକ ପଦବୀରେ ୧୩ ଜଣ, ମୁଖପାତ୍ର ଟିମରେ ୨୩ ଜଣ, କୋଷାଧ୍ୟକ୍ଷ ଭାବେ ୨ ଜଣଙ୍କୁ ନିଯୁକ୍ତି ମଳିଛି। ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦଳର ଜାତୀୟ ଉପସଭାପତି, ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଦଳର ସମ୍ପାଦକ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ଦଳର ମୁଖପାତ୍ର ଟିମରେ ସାମିଲ କରାଯାଇଛି ।

ଦଳର ଜାତୀୟ ଯୁବମୋର୍ଚ୍ଚା ସଭାପତି ଭାବେ କର୍ଣ୍ଣାଟକର ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ନିଯୁକ୍ତି ମିଳିଥିବାବେଳେ ଓବିସି ମୋର୍ଚ୍ଚା ସଭାପତି ଭାବେ ଡଃ କେ.ଲକ୍ଷ୍ମଣ, ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭାବେ ଲାଲସିଂହ ଆର୍ଯ୍ୟା, ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଭାବେ ସାଂସଦ ସମୀର ଓରାଓଁ, କୃଷକ ମୋର୍ଚ୍ଚାର ସଭାପତି ଭାବେ ସାଂସଦ ରାଜକୁମାର ଚହଁର, ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଭାବେ ଜମାଲ ସିଦ୍ଦିକ, ଆଇଟି ଓ ସୋସିଆଲ ମିଡିଆ ଇନଚାର୍ଜ ଭାବେ ଅମିତ ମାଲବ୍ୟଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି।

ଦଳର ମୁଖ୍ୟ ମୁଖପାତ୍ର ଓ ମିଡିଆ ଇନଚାର୍ଜ ଭାବେ ଅନୀଲ ବାଲୁନୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସଞ୍ଜୟ ମୌଖଙ୍କୁ ମିଡିଆ ସହ ଇନଚାର୍ଜ କରାଯାଇଛି। ମୁଖପାତ୍ର ଟିମରେ ମୋଟ ୨୩ ଜଣ ଥିବାବେଳେ ସେଥିରେ ଓଡ଼ିଶାରୁ ଦୁଇଜଣ ରହିଛନ୍ତି। ଦଳର କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ସୁଧୀର ଗୁପ୍ତା ଏବଂ ସେଣ୍ଟ୍ରାଲ ଅଫିସ ସେକ୍ରେଟାରୀ ଭାବେ ମହେନ୍ଦ୍ର ପାଣ୍ଡେ ଦାୟିତ୍ୱ ତୁଲାଇବେ।

ଦଳର ୧୧ଜଣ ଉପସଭାପତି ହେଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂହ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରଏ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ ଚୌବା ଆଓ ଓ ଅବଦୁଲ୍ଲା କୁଟ୍ଟୀ ରହିଛନ୍ତି।

ଜାତୀୟ ସାଧାରଣ ସମ୍ପାଦକ ଭାବେ ୮ ଜଣଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ - ଭୂପିନ୍ଦର ଯାଦବ, ଅରୁଣ ସିଂ, କୈଳାସ ବିଜୟବର୍ଗୀୟ, ଦୁଷ୍ମନ୍ତ କୁମାର ଗୌତମ, ଡି ପୁରନ୍ଦେଶ୍ୱରୀ, ସିଟି ରବି, ତରୁଣ ଚୁଙ୍ଗ ଓ ଦିଲ୍ଲୀପ ସାଇକିଆଙ୍କୁ ସାମିଲ କରାଯାଇଛି।

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାବେଳେ ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ , ଆସାମ, କେରଳ ଓ ପଣ୍ଡିଚେରୀ ବିଧାନସଭା ନିର୍ବାଚନ ହେବ। ତେଣୁ ଶ୍ରୀ ନଡ୍ଡାଙ୍କ ନବଘୋଷିତ କର୍ମକର୍ତ୍ତାଙ୍କ ଟିମକୁ ନେଇ ବିଜେପି ବେଶ୍ ଆଶାବାଦୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story