ସିଏଏକୁ ମନା କରିବା ସଂଘୀୟ ବ୍ୟବସ୍ଥା ବିରୋଧୀ: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):CAAକୁ ମନା କରିବା ସଂଘୀୟ ବ୍ୟବସ୍ଥା ବିରୋଧୀ। ନାଗରିକତା ସଂଶୋଧନ ଆଇନ CAA ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  CAAକୁ ନେଇ ଅପପ୍ରଚାର ପଛରେ ବିରୋଧୀଙ୍କ ହତାଶାଭାବ ରହିଛି। ବିରୋଧି ଏତେ କପଟତା କରିବେ ବୋଲି କିଏ ଜାଣିଥିଲା ?  ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସିଏଏ ଓ ଏନ୍ଆରସିକୁ ପ୍ରଥମେ କଂଗ୍ରେସ ଆଣିଥିଲା ଏବେ ବିରୋଧ କାହିଁକି ହେଉଛି ବୋଲି […]

ncz

Tapas Behera
  • Published: Saturday, 11 January 2020
  • , Updated: 11 January 2020, 03:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):CAAକୁ ମନା କରିବା ସଂଘୀୟ ବ୍ୟବସ୍ଥା ବିରୋଧୀ। ନାଗରିକତା ସଂଶୋଧନ ଆଇନ CAA ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  CAAକୁ ନେଇ ଅପପ୍ରଚାର ପଛରେ ବିରୋଧୀଙ୍କ ହତାଶାଭାବ ରହିଛି। ବିରୋଧି ଏତେ କପଟତା କରିବେ ବୋଲି କିଏ ଜାଣିଥିଲା ?  ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସିଏଏ ଓ ଏନ୍ଆରସିକୁ ପ୍ରଥମେ କଂଗ୍ରେସ ଆଣିଥିଲା ଏବେ ବିରୋଧ କାହିଁକି ହେଉଛି ବୋଲି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସଂଘୀୟ ବ୍ୟବସ୍ଥାରେ ଏହା କେନ୍ଦ୍ର ଅଧୀନ ପ୍ରସଙ୍ଗ ଏହାକୁ ଲାଗୁ ନକରିବାକୁ କହିବା କୌଣସି ରାଜ୍ୟର ଅଧିକାର ଏବଂ କ୍ଷମତା ନାହିଁ। ଯିଏ ମନା କରିବ ଏହା ଧରାଯିବ ଯେ  ସେମାନେ ସଂଘୀୟ ବ୍ୟବସ୍ଥାର ବିରୋଧୀ।

NRC ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ, ଯଦି ଭବିଷ୍ୟତରେ ଆସେ ବ୍ୟାପକ ଆଲୋଚନା ମାଧ୍ୟମରେ କରାଯିବ ବୋଲି ସେ କହିଛନ୍ତି।  ଗତକାଲିଠାରୁ ଦେଶରେ ସିଏଏ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରୁ ଅଧିକ ସୂଚନା ଜାରି ହୋଇଛି।

Related story