ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀଙ୍କ ମାଓବାଦୀମାନେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ରିପୋର୍ଟ ଆସିବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇବାରେ ଲାଗିଛି। ଏପରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।
.@PandaJay ମାଓବାଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, "ଏହା ଅତ୍ୟନ୍ତ ନୃଶଂସ ଏବଂ ମାନବବାଦର ବିରୁଦ୍ଧ। ଏହାକୁ ସାମାନ୍ୟ ଭାବିବା ଉଚିତ ନୁହେଁ। ରାଜୀବ ଗାନ୍ଧିଙ୍କ ହତ୍ୟା ଭଳି ଆଉ ଏକ ଦୁଖଃଦ ଘଟଣା ଭାରତରେ କେବେ ହେବା ଉଚିତ ନୁହେଁ। ଯଦି ପ୍ରଧାନମନ୍ତ୍ରୀଙ୍କୁ... 1/2
— Baijayant Panda Odia (@Panda_Odia) June 8, 2018
ପଣ୍ଡା ଟ୍ୱିଟ୍ କରି ‘‘ଏହା ଅତ୍ୟନ୍ତ ନୃଶଂସ ଓ ମାନବବାଦର ବିରୋଧ’’ ବୋଲି ଉଲ୍ଲେଖ କରିଛନ୍ତି।
ଯଦି ପ୍ରଧାନମନ୍ତ୍ରୀଙ୍କୁ କିଛି ହୋଇଯାଏ, ତେବେ ଦେଶ ଖଣ୍ଡ ବିଖଣ୍ଡିତ ହୋଇଯିବ। ଏହାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଆବଶ୍ୟକତା ଅଛି, ଷଡ଼ଯନ୍ତ୍ରକାରୀଙ୍କୁ ଖୋଜି ବାହାର କରାଯାଉ।" 2/2 #Odisha
— Baijayant Panda Odia (@Panda_Odia) June 8, 2018
ସେ ଆହୁରି ଲେଖିଛନ୍ତି, “ଯଦି ପ୍ରଧାନମନ୍ତ୍ରୀଙ୍କୁ କିଛି ହୋଇଯାଏ, ତେବେ ଦେଶ ଖଣ୍ଡବିଖଣ୍ଡିତ ହୋଇଯିବ। ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସର ଆବଶ୍ୟକତା ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।