ରଙ୍ଗିଲା ନେତାଙ୍କ ରାଜ୍‌ ଖତମ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ଜେଲ୍ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ କୋ ସଭାପତି ପ୍ରମୋଦ ସାହୁ। ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଜେଲ୍ ଗଲେ ପ୍ରମୋଦ। କେନ୍ଦ୍ରାପଡ଼ା ଏସ୍‌ଡିଜେଏମଙ୍କ ଦ୍ୱାରା ଜାମିନ୍ ଖାରଜ ପରେ ଜେଲ୍ ଗଲେ ପ୍ରମୋଦ। ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପ଼ଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ  ଗିରଫ କରାଯାଇଥିଲା । ଗତ ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ କେନ୍ଦ୍ରାପଡ଼ା ଟାଉନଥାନା ପୁଲିସ୍‌ ତାଙ୍କୁ ଉଠାଇ […]

v-908-1

Tapas Behera
  • Published: Monday, 04 November 2019
  • , Updated: 04 November 2019, 05:20 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):ଜେଲ୍ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ କୋ ସଭାପତି ପ୍ରମୋଦ ସାହୁ। ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଜେଲ୍ ଗଲେ ପ୍ରମୋଦ। କେନ୍ଦ୍ରାପଡ଼ା ଏସ୍‌ଡିଜେଏମଙ୍କ ଦ୍ୱାରା ଜାମିନ୍ ଖାରଜ ପରେ ଜେଲ୍ ଗଲେ ପ୍ରମୋଦ। ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପ଼ଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ  ଗିରଫ କରାଯାଇଥିଲା ।

ଗତ ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ କେନ୍ଦ୍ରାପଡ଼ା ଟାଉନଥାନା ପୁଲିସ୍‌ ତାଙ୍କୁ ଉଠାଇ ନେଇ ପରେ ଅଟକ ରଖିଥିଲା। କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିବା ନେଇ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ।

ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ  ଫୋନ୍ କଲ୍ ଓ ମେସେଜ୍ ବି ଦେଉଥିବା ନେଇ ପୀଡ଼ିତା ଏହାର ପ୍ରମାଣ  ପୁଲିସ୍ ଏବଂ ଗଣମାଧ୍ୟମକୁ ଦେଇଥିଲେ।  ପ୍ରମୋଦ ତାଙ୍କ ଫାର୍ମ ହାଉସ୍‌ରେ ଶାରିରୀକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ମଧ୍ୟ ପୀଡ଼ିତା ଅଭିଯୋଗ କରିଥିଲେ। ଏନେଇ ଗତ ଏପ୍ରିଲ ୨୭ ତାରିଖରେ ପୀଡ଼ିତା ଏତଲା ଦେଇଥିଲେ।

Related story