ବୈଷ୍ଣବ ପରିଡ଼ା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ନିର୍ବାଚିତ

ଭୁବନେଶ୍ୱର: ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ସାଂସଦ ବୈଷ୍ଣବ ପରିଡ଼ା। ପୂର୍ବରୁ ସେ ସମ୍ମିଳନୀର ଆବାହକ ଥିଲେ। ଗତ ୧୮ତାରିଖରେ ଭୁବନେଶ୍ୱରର ଇଡକଲ୍ ସଭାଗୃହରେ ଅନୁଷ୍ଠିତ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟସ୍ତରୀୟ ବିଶେଷ ଅଧିବେଶନରେ ରାଜ୍ୟ ସଂଗଠନକୁ ବିଧିବଦ୍ଧ ରୂପ ଦେଇ ସାଂସଦ ଶ୍ରୀ ପରିଡ଼ାଙ୍କ ସଭାପତିତ୍ୱରେ ୬ ଜଣ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୪ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ସମେତ ଏକ ୪୩ ଜଣିଆ […]

Baishnabparida

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 01:12 PM IST

ଭୁବନେଶ୍ୱର: ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ସାଂସଦ ବୈଷ୍ଣବ ପରିଡ଼ା। ପୂର୍ବରୁ ସେ ସମ୍ମିଳନୀର ଆବାହକ ଥିଲେ। ଗତ ୧୮ତାରିଖରେ ଭୁବନେଶ୍ୱରର ଇଡକଲ୍ ସଭାଗୃହରେ ଅନୁଷ୍ଠିତ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟସ୍ତରୀୟ ବିଶେଷ ଅଧିବେଶନରେ ରାଜ୍ୟ ସଂଗଠନକୁ ବିଧିବଦ୍ଧ ରୂପ ଦେଇ ସାଂସଦ ଶ୍ରୀ ପରିଡ଼ାଙ୍କ ସଭାପତିତ୍ୱରେ ୬ ଜଣ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୪ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ସମେତ ଏକ ୪୩ ଜଣିଆ କାର୍ଯ୍ୟକାରିଣୀ ସମିତିକୁ ନିର୍ବାଚିତ କରାଯାଇଥିଲା। ଏହା ସହିତ  ଭାଷା ସୁରକ୍ଷା ସମ୍ମିଳନୀକୁ ଦିଗଦର୍ଶନ ଦେବା ପାଇଁ ରାଜ୍ୟର ବିଶିଷ୍ଟ ଭାଷାବିତ, ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ, ଆଇନଜ୍ଞ, ପୂର୍ବତନ ପ୍ରଶାସକ ଓ ଅଭିଜ୍ଞ ରାଜନେତାଙ୍କୁ ନେଇ ଏକ ୧୭ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ସାତକଡ଼ି ହୋତା, ପ୍ରଫେସର ଧନେଶ୍ୱର ମହାପାତ୍ର, କୃଷ୍ଣଚରଣ ବେହେରା, ଗୁରୁପ୍ରସାଦ ମହାନ୍ତି, ବରେନ୍ଦ୍ର କୃଷ୍ଣ ଧଳ, ନମିତା ପଣ୍ଡା, ଶ୍ରୀନିବାସ ଉଦଗାତା, ସୁଦର୍ଶନ ଆଚାର୍ଯ୍ୟ, ରାହାସ ବିହାରି ବେହେରା, ବାସୁଦେବ ସାହୁ, ସୁଧାଂଶୁ ମୋହନ ମିଶ୍ର, ସହଦେବ ସାହୁ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ମନ୍ତ୍ରୀ ଦାମୋଦର ରାଉତ, ଭବାନୀ ଚରଣ ପଟ୍ଟନାୟକ, ପଦ୍ମଚରଣ ନାୟକ ଓ ଡ଼. ଭଗବାନ ପ୍ରକାଶ ରହିଛନ୍ତି।

ଭାଷା ସୁରକ୍ଷା ସମ୍ମିଳନୀର ଉପ-ସଭାପତି ଭାବେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ, ପୂର୍ବତନ ବିଚାରପତି ହୃଦୟ ବଲ୍ଲଭ ଦାସ, ବିଜୟାନନ୍ଦ ସିଂହ, ଦଣ୍ଡପାଣି ମହାପାତ୍ର, କୈଳାସଚନ୍ଦ୍ର ଟିକାଏତରାୟ, ବିଦ୍ୟାଧର ବାରିକ ନିର୍ବାଚିତ ହୋଇଥିବା ବେଳେ ନଟବର ମହାନ୍ତି, ସକେତ ରତେଇ, ଅମିତାଭ ଖିଲାର ଓ ସୂର୍ଯ୍ୟମଣି ଖୁଣ୍ଟିଆ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଶରତଚନ୍ଦ୍ର ଭଦ୍ରଙ୍କୁ ନିର୍ବାଚିତ କରାଯାଇଛି।

ଏହା ବ୍ୟତୀତ ଓଡ଼ିଶାର ଏକ ୪୩ ଜଣିଆ  କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ସଭ୍ୟମାନଙ୍କୁ ସାମିଲ କରାଯାଇଛି।

ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଧିବଦ୍ଧ ଭାବେ ଜିଲ୍ଲା ଓ ବ୍ଲକସ୍ତରୀୟ ଶାଖା ଗଠିତ ହେବ ବୋଲି ଅଧିବେଶନରେ ସ୍ଥିର କରାଯାଇଛି ।

Related story