ବୈତରଣୀ, ସୁବର୍ଣ୍ଣରେଖା ସମେତ ଅଧିକାଂଶ ନଦୀର ଜଳସ୍ତର କମୁଛି: ଏସଆରସି

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବୈତରଣୀ, ସୁବର୍ଣ୍ଣରେଖା ସମେତ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର କମୁଛି ବୋଲି ଶୁକ୍ରବାର ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

banya

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 03:39 PM IST

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବୈତରଣୀ, ସୁବର୍ଣ୍ଣରେଖା ସମେତ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର କମୁଛି ବୋଲି ଶୁକ୍ରବାର ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବନ୍ୟାରେ ରାଜ୍ୟର ୫ଟି ଜିଲ୍ଲାର ୧୫ଟି ବ୍ଲକ୍ ପ୍ରଭାବିତ ହୋଇଛି। ମୋଟ ୫୯୩ଟି ଗାଁରେ ପାଣି ପଶିଛି। ଫଳରେ ୪ ଲକ୍ଷ ୭୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପୁଣି ବନ୍ୟା ଯୋଗୁ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ନିଖୋଜ ଅଛନ୍ତି।

Related story