ଭଦ୍ରକ: ବଜ୍ରପାତରେ ନାବାଳିକା ସମେତ ୩ ମୃତ

ଭଦ୍ରକ: ବଜ୍ରପାତରେ ନାବାଳିକାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଜଳଙ୍ଗା ଗାଁରେ ଏହି ଘଟଣା ଘଟିଛି । ମୃତକମାନେ ହେଲେ ସାଗର ମୁଣ୍ଡା, କିଷାନ ମୁଣ୍ଡା ଓ ୧୩ ବର୍ଷିୟା ଶତି ମୁଣ୍ଡା।  ୩ ଜଣ ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ।