ବିଭିନ୍ନ ସ୍ଥାନରେ ବଜ୍ରପାତ: ୮ ମୃତ, ୨ ଆହତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ନର୍ଲା ବ୍ଲକ ଭଟାଖମରା ଗାଁରେ ବାପ, ଝିଅଙ୍କ ମୃତ୍ୟୁ ଘଟିଛି। ଉକ୍ତ ଗାଁର ଅନ୍ୟ ଏକ ପରିବାରର ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫୁଲବାଣୀର ଘାଣ୍ଟିପଡ଼ାରେ […]

lighting

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 05:36 PM IST

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କଳାହାଣ୍ଡି ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ନର୍ଲା ବ୍ଲକ ଭଟାଖମରା ଗାଁରେ ବାପ, ଝିଅଙ୍କ ମୃତ୍ୟୁ ଘଟିଛି। ଉକ୍ତ ଗାଁର ଅନ୍ୟ ଏକ ପରିବାରର ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଫୁଲବାଣୀର ଘାଣ୍ଟିପଡ଼ାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବାଗୁଡା ଗାଁରେ ଜଣଙ୍କ ମୃତ୍ୟୁ ଘଟିଛି।

Related story