ଜିଲ୍ଲାପାଳଙ୍କୁ ଘେରିଲେ ବେଲବାହାଳି ସେତୁ ସପକ୍ଷବାଦୀ

ଆନନ୍ଦପୁର: ବେଲବାହାଳିରେ ସେତୁ ନିର୍ମାଣ କାର୍ଯ୍ୟ ନେଇ ଆଜି ଶତାଧିକ ସପକ୍ଷବାଦୀ ଘସିପୁରା ବ୍ଲକରେ ଜନଶୁଣାଣି ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲାପାଳ ଏନ.ଥିରୁମାଲା ନାୟକଙ୍କୁ ଘେରାଉ କରିଥିଲେ। ଏହା ସହ ଶୀଘ୍ର କାମ କରିବା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କାମ ଆରମ୍ଭରେ ବିଳମ୍ବ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ସପକ୍ଷବାଦୀ ଚେତାବନୀ ଦେଇଥିଲେ। ପୂଜା ଛୁଟି ଚାଲିଥିବାରୁ କାମ ଆରମ୍ଭରେ ବିଳମ୍ବ ହୋଇଛି। ସରକାରଙ୍କୁ ୩୦ ପ୍ଲାଟୁନ୍‌ ଫୋର୍ସର ଆବଶ୍ୟକତା ରହିଛି ବୋଲି […]

bala

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 03:58 PM IST

ଆନନ୍ଦପୁର: ବେଲବାହାଳିରେ ସେତୁ ନିର୍ମାଣ କାର୍ଯ୍ୟ ନେଇ ଆଜି ଶତାଧିକ ସପକ୍ଷବାଦୀ ଘସିପୁରା ବ୍ଲକରେ ଜନଶୁଣାଣି ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲାପାଳ ଏନ.ଥିରୁମାଲା ନାୟକଙ୍କୁ ଘେରାଉ କରିଥିଲେ। ଏହା ସହ ଶୀଘ୍ର କାମ କରିବା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କାମ ଆରମ୍ଭରେ ବିଳମ୍ବ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ସପକ୍ଷବାଦୀ ଚେତାବନୀ ଦେଇଥିଲେ।

ପୂଜା ଛୁଟି ଚାଲିଥିବାରୁ କାମ ଆରମ୍ଭରେ ବିଳମ୍ବ ହୋଇଛି। ସରକାରଙ୍କୁ ୩୦ ପ୍ଲାଟୁନ୍‌ ଫୋର୍ସର ଆବଶ୍ୟକତା ରହିଛି ବୋଲି ଜଣାଇଛି। ଫୋର୍ସ ଆସିଲେ ତୁରନ୍ତ ପୋଲ କାର୍ଯ୍ୟ ଆରମ୍ଭ ହେବ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ଦେଢ ବର୍ଷ ହେବ ବେଲବାହାଳି ଠାରେ ହେବାକୁ ଥିବା କୁଶେଇ ସେତୁର ସ୍ଥାନ ପରିବର୍ତ୍ତନ ଦାବିରେ ବେଲବାହାଳଳି ବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦୁଇ  ଦୁଇ ଥର ପୋଲ ନିର୍ମାଣକୁ ନେଇ ଜନତା ଓ ପୋଲିସ୍‌ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ପୋଲିସ୍ ଓ ଗ୍ରାମବାସୀ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍‌ ୧୮୦ ଜଣ ବେଲବାହାଳି ଗ୍ରାମବାସୀଙ୍କୁ ଗିରଫ କରିଥିଲା।

Related story