ବେଲବାହାଳି ଗାଁ ଲୋକଙ୍କ ମାଡରେ ୪ ହୋମ୍‌ଗାର୍ଡ଼ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁ ଲୋକଙ୍କ ମାଡ଼ରେ ୪ ହୋମ୍‌ଗାର୍ଡ଼ ଆହତ ହୋଇଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି।  ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ୪୦ ଜଣ ଗାଁ ଲୋକଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବପ୍ରିୟ ଓ ତାଙ୍କର ସହଯୋଗୀ ଗତକାଲି ରାତିରେ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା ବେଲବାହାଳି ଗାଁ ଲୋକ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଗତକାଲି ଦେବପ୍ରିୟ ବେଲବାହାଳି ରାସ୍ତା […]

balabahale

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 09:07 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁ ଲୋକଙ୍କ ମାଡ଼ରେ ୪ ହୋମ୍‌ଗାର୍ଡ଼ ଆହତ ହୋଇଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି।  ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ୪୦ ଜଣ ଗାଁ ଲୋକଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବପ୍ରିୟ ଓ ତାଙ୍କର ସହଯୋଗୀ ଗତକାଲି ରାତିରେ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା ବେଲବାହାଳି ଗାଁ ଲୋକ ଥାନାରେ ପାଲଟା ଅଭିଯୋଗ କରିଛନ୍ତି।

ଗତକାଲି ଦେବପ୍ରିୟ ବେଲବାହାଳି ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ କେତେକ ଯୁବକ ତାଙ୍କୁ ଗାଳିଗୁଲଜ କରିଥିଲେ। ଏ ସମ୍ପର୍କରେ ଦେବପ୍ରିୟ ସେଠାରେ ଡ୍ୟୁଟିରେ ଥିବା ୪ ହୋମ୍‌ଗାର୍ଡଙ୍କୁ ଜଣାଇ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ଯୁବକମାନେ ହୋମ୍‌ଗାର୍ଡ଼ମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଦେବପ୍ରିୟ ଓ ତାଙ୍କର ସହଯୋଗୀମାନେ ବେଲବାହଳି ଗାଁ  ଲୋକଙ୍କୁ ବନ୍ଧୁକ ଦେଖାଇ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ପୋଲିସ୍‌ ୨ ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Related story