ବଲାଙ୍ଗିର: ମାଟିରେ ମିଶିଲା ଟିମନର ବେଆଇନ ଘର

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମି ଉପରେ ନିର୍ମିତ ଘରକୁ ଆଜି ପୋକଲିନ୍ ମେସିନ ସାହାଯ୍ୟରେ ଭଙ୍ଗାଯାଇଛି।  ପ୍ରଥମେ  ଟିମନର ଭଡା ଲାଗିଥିବା କୋଠା ଭଙ୍ଗାଯାଇଥିଲା। ଏହାପରେ  ବେଆଇନ  ଓଭର ବ୍ରିଜ ଘର ଓ ବଙ୍ଗଳାକୁ  ଭଙ୍ଗାଯିବ।  କାମ ସରିବା  ପର୍ଯ୍ୟନ୍ତ  ପୋକଲିନ୍ ମେସିନ୍ ଲର୍କିପାଲିରେ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ୨ ରୁ ୩ଦିନ ମଧ୍ୟରେ ଟିମନର ସମସ୍ତ ଜବରଦଖଲ ଉଚ୍ଛେଦ କରାଯିବ। ସୁରକ୍ଷା  ଦୃଷ୍ଟିରୁ  […]

t

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 02:45 PM IST

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମି ଉପରେ ନିର୍ମିତ ଘରକୁ ଆଜି ପୋକଲିନ୍ ମେସିନ ସାହାଯ୍ୟରେ ଭଙ୍ଗାଯାଇଛି।  ପ୍ରଥମେ  ଟିମନର ଭଡା ଲାଗିଥିବା କୋଠା ଭଙ୍ଗାଯାଇଥିଲା। ଏହାପରେ  ବେଆଇନ  ଓଭର ବ୍ରିଜ ଘର ଓ ବଙ୍ଗଳାକୁ  ଭଙ୍ଗାଯିବ।  କାମ ସରିବା  ପର୍ଯ୍ୟନ୍ତ  ପୋକଲିନ୍ ମେସିନ୍ ଲର୍କିପାଲିରେ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ୨ ରୁ ୩ଦିନ ମଧ୍ୟରେ ଟିମନର ସମସ୍ତ ଜବରଦଖଲ ଉଚ୍ଛେଦ କରାଯିବ। ସୁରକ୍ଷା  ଦୃଷ୍ଟିରୁ  ବଲାଙ୍ଗିର ଏସଡିପିଓଙ୍କ ନେତୃତ୍ୱରେ ୩ ପ୍ଲାଟୁନ ପୋଲିସ୍‌ ଫୋର୍ସ ଲର୍କିପାଲିରେ ମୁତୟନ କରାଯାଇଛି।  ମାଜିଷ୍ଟ୍ରେଟ ଓ ପୌର ଅଧିକାରୀ କାମର ତଦାରଖ କରୁଛନ୍ତି।

ଏପ୍ରିଲ ୨୪ ତାରିଖରେ ଟିମନ କୁମ୍ଭାରକୁ ଗିରଫ କରାଯାଇଥିଲା। ଏହାପରେ ମେ’ ୭ ତାରିଖରୁ ଟିମନର ଜବରଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ତେବେ ଦୁଇଦିନ ପରେ ମେସିନ ଅଭାବରୁ କାମ ବନ୍ଦ ହୋଇଥିଲା। ପରେ ଛୋଟ ମେସିନ୍ ଓ ଶ୍ରମିକଙ୍କ ଦ୍ୱାରା କାମ ଚାଲିଥିଲା। ଆଜି ପୋକଲିନ୍ ମେସିନ ସାହାଯ୍ୟରେ ଘର ଭଙ୍ଗାଯାଉଛି।

Related story