ବଲାଙ୍ଗିର ଅନାହାର ମୃତ୍ୟୁ ପ୍ରସଙ୍ଗରେ ଗୃହରେ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର: ଅନାହାର ନୁହେଁ, ଅସୁସ୍ଥତା କାରଣ

ଭୁବନେଶ୍ୱର: ବଲାଙ୍ଗିର ଅନାହାର ମୃତ୍ୟୁ ପ୍ରସଙ୍ଗରେ ରାଜସ୍ୱମନ୍ତ୍ରି ବିଜୟଶ୍ରୀ ରାଉତରାୟ ଆଜି ଗୃହରେ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ମହିଳା ଜଣଙ୍କ ଅନାହାରରେ ନୁହେଁ, ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛନ୍ତି। ୮ରୁ ୯ ବର୍ଷ ହେଲା ସେ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲେ। ଭତ ୨ବର୍ଷ ହେବ ସେ ଏହି କାରଣରୁ ଶଯ୍ୟାଶାୟୀ ଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ବଲାଙ୍ଗିର ଅନାହାର ମୃତ୍ୟୁ ଘଟଣାକୁ ନେଇ ଗୁରୁବାର ବିଧାନସଭାରେ ହୋହାଲ୍ଲା ହେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ନରସିଂହ […]

assembly

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 10:30 AM IST

ଭୁବନେଶ୍ୱର: ବଲାଙ୍ଗିର ଅନାହାର ମୃତ୍ୟୁ ପ୍ରସଙ୍ଗରେ ରାଜସ୍ୱମନ୍ତ୍ରି ବିଜୟଶ୍ରୀ ରାଉତରାୟ ଆଜି ଗୃହରେ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ମହିଳା ଜଣଙ୍କ ଅନାହାରରେ ନୁହେଁ, ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛନ୍ତି। ୮ରୁ ୯ ବର୍ଷ ହେଲା ସେ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲେ। ଭତ ୨ବର୍ଷ ହେବ ସେ ଏହି କାରଣରୁ ଶଯ୍ୟାଶାୟୀ ଥିଲେ ବୋଲି ମନ୍ତ୍ରୀ କହିଛନ୍ତି।

ବଲାଙ୍ଗିର ଅନାହାର ମୃତ୍ୟୁ ଘଟଣାକୁ ନେଇ ଗୁରୁବାର ବିଧାନସଭାରେ ହୋହାଲ୍ଲା ହେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ରାଜସ୍ୱ ମନ୍ତ୍ରୀ ଗୃହରେ ଏ ନେଇ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସ୍ ବିଧାୟକମାନେ ନାରାବାଜି କରିଥିଲେ। ଏ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକମାନେ। ବିରୋଧୀ ବିଜେପି ମଧ୍ୟ ଏ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା। ବିରୋଧୀଙ୍କ ଜୋରଦାର ଦାବି ପରେ ବାଚସ୍ପତି ଏ ନେଇ ରୁଲିଂ ଦେଇ ୨୪ ଘଣ୍ଟା ମଧ୍ୟରେ ଗୃହରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Related story