ବଲାଙ୍ଗିର: ଦାଦନ ଶ୍ରମିକ ଚାଲଣ ନେଇ ଶ୍ରମମନ୍ତ୍ରୀଙ୍କ ଉଦବେଗ

ବଲାଙ୍ଗିର: ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ସେଗୁଡିକର ସମାଧାନ ପାଇଁ ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରମିକ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଦାଦନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ବେଆଇନ ଶ୍ରମିକ ଚାଲାଣ ଚିନ୍ତାଜନକ ସ୍ଥିତିରେ ଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ […]

dadana and sramamantri

dadana and sramamantri

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 12:18 PM IST

Sports

Latest News

dadana and sramamantriବଲାଙ୍ଗିର: ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ସେଗୁଡିକର ସମାଧାନ ପାଇଁ ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରମିକ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଦାଦନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ବେଆଇନ ଶ୍ରମିକ ଚାଲାଣ ଚିନ୍ତାଜନକ ସ୍ଥିତିରେ ଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହା ପରେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଯିବ ବେଆଇନ ଶ୍ରମିକ ଚାଲାଣ ପ୍ରକ୍ରିୟା। ତେବେ ଏହାକୁ ରୋକିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଉତ୍ତମ ବ୍ୟବସ୍ଥା ଗ୍ରହଣ କରାଯିବା ପରେ ସେ ଜୋର ଦେଇଥିଲେ । ସମୀକ୍ଷା ବୈଠକରେ ଦାଦନ ପ୍ରବଣ ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବରଗଡ ଜିଲ୍ଲାର ବିଧାୟକ, ଜିଲ୍ଲାପାଳ, ଏସପି ଓ ଶ୍ରମ ଅଧିକାରୀ  ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ନୀତି ନିୟମ ସମ୍ପର୍କରେ ଜଣାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ସମାଲ ସୂଚନା ଦେଇଛନ୍ତି। ସମସ୍ତ ଦାଦନ ଶ୍ରମିକଙ୍କୁ ପଞ୍ଜିକରଣ କରିବା ସହ ବେଆଇନ ଦାଦନ ଚାଲାଣ ରୋକିବାକୁ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଉଛି ‍ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos