ବଲାଙ୍ଗିର: ଦାଦନ ଶ୍ରମିକ ଚାଲଣ ନେଇ ଶ୍ରମମନ୍ତ୍ରୀଙ୍କ ଉଦବେଗ
ବଲାଙ୍ଗିର: ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ସେଗୁଡିକର ସମାଧାନ ପାଇଁ ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରମିକ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଦାଦନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ବେଆଇନ ଶ୍ରମିକ ଚାଲାଣ ଚିନ୍ତାଜନକ ସ୍ଥିତିରେ ଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ […]
ବଲାଙ୍ଗିର: ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ସେଗୁଡିକର ସମାଧାନ ପାଇଁ ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରମିକ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଦାଦନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ବେଆଇନ ଶ୍ରମିକ ଚାଲାଣ ଚିନ୍ତାଜନକ ସ୍ଥିତିରେ ଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହା ପରେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଯିବ ବେଆଇନ ଶ୍ରମିକ ଚାଲାଣ ପ୍ରକ୍ରିୟା। ତେବେ ଏହାକୁ ରୋକିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଉତ୍ତମ ବ୍ୟବସ୍ଥା ଗ୍ରହଣ କରାଯିବା ପରେ ସେ ଜୋର ଦେଇଥିଲେ । ସମୀକ୍ଷା ବୈଠକରେ ଦାଦନ ପ୍ରବଣ ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବରଗଡ ଜିଲ୍ଲାର ବିଧାୟକ, ଜିଲ୍ଲାପାଳ, ଏସପି ଓ ଶ୍ରମ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ନୀତି ନିୟମ ସମ୍ପର୍କରେ ଜଣାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ସମାଲ ସୂଚନା ଦେଇଛନ୍ତି। ସମସ୍ତ ଦାଦନ ଶ୍ରମିକଙ୍କୁ ପଞ୍ଜିକରଣ କରିବା ସହ ବେଆଇନ ଦାଦନ ଚାଲାଣ ରୋକିବାକୁ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।