ଲଭ, ସେକ୍ସ, ଧୋକା…. ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

‘ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି’

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ‘ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି।’ ଲଭ, ସେକ୍ସ, ଧୋକାରେ ଶିକାର ହେବା ପରେ ପ୍ରେମିକର ଘର ଆଗରେ କିରାସିନି ବୋତଲ ଓ ଦିଆସିଲ୍‌ ଧରି ଏପରି ହାଇଡ୍ରାମା କରିଛି ପ୍ରେମିକା। ନ୍ୟାୟ ନମିଳିବା ଯାଏଁ ଧାରଣାରୁ ଉଠିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲା। ପରେ ଗାଁ ଲୋକଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଥିବା ଜଣାପଡ଼ିଛି। ଏପରି ଅଭିଯୋଗ ବଲାଙ୍ଗିରି ଜିଲ୍ଲାରୁ ଆସିଛି।

ପୂରା ଘଟଣା ଏମିତି। ରୋତ କଲେଜରେ ପାଠ ପଢୁଥିଲେ ପ୍ରାଚୀ (ଛଦ୍ମନାମ)। ସେ କଳାସର ଗାଁର ପିଣ୍ଟୁ ଚନ୍ଦନଙ୍କୁ ଭଲ ପାଉଥିଲେ। ଚନ୍ଦନ ମଧ୍ୟ ପ୍ରାଚୀଙ୍କୁ ବହୁ ଭଲ ପାଉଥିଲେ। ଚନ୍ଦନଙ୍କ ପ୍ରେମରେ ବାୟା ହୋଇ ପ୍ରାଚୀ ନିଜର ସର୍ବଶ୍ୱ ଅର୍ପଣ କରିଦେଇ ଥିଲେ। ଆଉ ଏହା ସୁଯୋଗ ନେଇ ପ୍ରାଚୀ ସହିତ ଚନ୍ଦନ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ଏହି ପ୍ରେମ ସମ୍ପର୍କ ଚାଲିଲା ଲୁଚା ଛପାରେ।

ଧୀରେ ଧୀରେ ଚନ୍ଦନ-ପ୍ରାଚୀଙ୍କ ଗୁପ୍ତ ପ୍ରେମ ସମ୍ପର୍କ ପ୍ରଘଟ ହେଲା। ଉଭୟ ପରିବାର ଜାଣିଲେ। ହେଲେ ଏହି ନିରୁଳା ପ୍ରେମରେ ପ୍ରତିବନ୍ଧକ ସାଜିଲା ଜାତି ପ୍ରଥା। ଉଭୟ ପରିବାର ବିରୋଧ କରିବାରୁ ଅଡୁଆରେ ପଡ଼ି ଯାଇଥିଲେ ଏହି ଲଭ୍‌ ବାର୍ଡ। ପ୍ରେମରେ ପାଚେରୀ ସୃଷ୍ଟି ହେବାରୁ ଦୁହେଁ ଘରୁ ପଳାଇଯିବାକୁ ନିଷ୍ପତ୍ତି ନେଲେ ।

ଗତବର୍ଷ ଜୁଲାଇ ୯ ତାରିଖ ରାତିରେ ପ୍ରେମିକ ଚନ୍ଦନ ଏକ କାର ଧରି ପହଞ୍ଚିଲେ ପ୍ରେମିକାଙ୍କ ଘର ନିକଟରେ। ପୂର୍ବ ଯୋଜନା ମୁତାବକ ପ୍ରେମିକା ଘରୁ ୭୦୦୦ ଟଙ୍କା ଧରି ଚନ୍ଦନ ସହିତ ଫେରାର ହୋଇଯାଇଥିଲେ। ଚନ୍ଦନ ମଧ୍ୟ ଘରୁ ୪୦ ହଜାର ଟଙ୍କା ଆଣିଥିଲେ। ଦୁହେଁ ଝାରସୁଗୁଡା ଜିଲ୍ଲାର ବେଲପାହାଡକୁ ପଳାଇ ଯାଇଥିଲେ। ସେଠାରେ ଏକ ଘର ଭଡା ନେଇ ଉଭୟ ପତି-ପତ୍ନୀ ହୋଇ ରହୁଥିଲେ।

ଅନ୍ୟପଟେ ଉଭୟ ପରିବାର ଲୋକେ ଫେରାର ସଂର୍ପକରେ ସାଲେଭଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବେଲପାହାଡରେ ୪ ମାସ ରହିବା ପରେ ଗତ ନଭେମ୍ୱର ୯ ତାରିଖ ସଂନ୍ଧ୍ୟା ଜଳଖିଆ ଆଣିବାକୁ ଯାଇ ଫେରାର ମାରିଥିଲା ପ୍ରେମିକ ଚନ୍ଦନ। ପ୍ରେମିକା ପ୍ରାଚୀ ବହୁ ଅପେକ୍ଷା ଶେଷରେ ନିଜ ବାପାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ପରିବାର ଲୋକେ ଝିଅକୁ ଉଦ୍ଧାର କରି ଆଣିବା ସହିତ ପୁଅକୁ ଖୋଜିଥିଲେ।

Balangir Love
ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା

ସେପଟେ ଚନ୍ଦନଙ୍କ ପରିବାର ଲୋକେ ପୁଅ ଘରେ ନାହିଁ ବୋଲି କହୁଥିଲେ। ସବୁ ଆଡୁ ନିରାଶ ହେବା ପରେ ପ୍ରେମିକାଙ୍କ ପରିବାର ଲୋକେ ସାଲେଭଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପ୍ରେମିକା ପ୍ରାଚୀ ଫୋନରେ ପ୍ରେମିକ ଚନ୍ଦନ ସହିତ ଯୋଗାଯୋଗ କରିଥିଲେ। ଫୋନ୍‌ ରିସିଭ୍‌ କରି ଚନ୍ଦନ କହିଥିଲେ, ତାକୁ ପରିବାର ଲୋକେ ଅନ୍ୟତ୍ର ଲୁଚାଇକି ରଖିଛନ୍ତି, ଅନ୍ୟ ଜାଗାରେ ବାହାଘର କରାଇଦେବା ପାଇଁ ଯୋଜନା କରୁଛନ୍ତି ବୋଲି କହିଥିଲେ। ସେହି ଦିନଠାରୁ ଚନ୍ଦନର ମୋବାଇଲ୍‌ ବନ୍ଦ ରହିଛି।

ପୁଲିସ କୌଣସି ପ୍ରକାର ପଦକ୍ଷେପ ନନେବାରୁ ପ୍ରେମିକା ଜଣକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ପାଇଲେ ନାହିଁ। ଶେଷରେ ପ୍ରେମିକା କିରୋସିନି ବୋତଲ ଧରି ପ୍ରେମିକର ଘର ଆଗରେ ଧାରଣା ଦେଇଥିଲେ। ‘ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି’ ବୋଲି ଧମକ ଦେଇଥିଲେ। ଗାଁ ଲୋକେ ବହୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ପ୍ରେମିକା।

ସେପଟେ ପ୍ରେମିକ ଚନ୍ଦନ କିମ୍ୱା ତା’ର ପରିବାର ଲୋକେ ଏହି ମାମଲାରେ ମୁହଁ ଖୋଲୁନାହାନ୍ତି। ପୁଲିସ ମଧ୍ୟ ମତାମତ ଦେବା ପାଇଁ ମନାକରୁଛି। ଗତ ୧୫ ତାରିଖ ବଲାଙ୍ଗିର ଶାନ୍ତପଡାରେ ପ୍ରେମିକା ପାଇଁ ହାଇଭୋଲଟେଜ ଡ୍ରାମା କରିଥିଲା ପ୍ରେମିକ। ବନ୍ଧୁକରେ ପ୍ରେମିକାର ମାମୁ ଘର ପରିବାରକୁ ବନ୍ଧକ ରଖିଥିଲା। ଆଉ ଏବେ ପ୍ରେମିକ ପାଇଁ ଘର ଆଗରେ ଧାରଣା ଦେଇ ଆତ୍ମହତ୍ୟାର ଧମକ ଦେଇଛି ପ୍ରେମିକା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।