ମଦ ଦୋକାନ ଉଚ୍ଛେଦ ଦାବିରେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କଲା ମଦ ବିରୋଧୀ ଅଭିଯାନ କମିଟି

ବଲାଙ୍ଗିର: ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ମଦ ଦୋକାନ ଉଚ୍ଛେଦ ଦାବିରେ ମଦ ବିରୋଧୀ ଅଭିଯାନ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ମଦ ବିରୋଧୀ ଅଭିଯାନର ସଦସ୍ୟମାନେ ବଲାଙ୍ଗିରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ। ପୂର୍ବରୁ ମଧ୍ୟ ମଦକୁ ବିରୋଧ କରି ଆନ୍ଦୋଳନ ଚଳାଇ ଆସୁଛି ମଦ ବିରୋଧୀ ଅଭିଯାନ କମିଟି।

ଗତକାଲି ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ। ଆଲୋଚନା ବିଫଳ ହୋଇଥିବାରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।