୨୨ଟି ବୋଲେରୋ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୧୨ ଗିରଫ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସଫଳ ହେଲା ଅପରେସନ୍ ବୋଲେରୋ। ପର୍ଦ୍ଦାଫାସ୍‌ ହୋଇଛି ବଡ଼ ଧରଣର ଲୁଟ୍‌। ବଲାଙ୍ଗିର ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୨୨ଟି ବୋଲେରୋ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି। ଦୀର୍ଘ ଦିନ ହେଲା ବଲାଙ୍ଗିର ଜଲ୍ଲାର ଆଖପାଖ ଅଞ୍ଚଳରେ ଚାରି ଚକିଆ ଗାଡ଼ି ଚୋରି ହେଉଥିଲା। ଏନେଇ ଅଭିଯୋଗ ପରେ ବଲାଙ୍ଗିର ଏସ୍‌ପି […]

Balangir

Manoranjan Sial
  • Published: Tuesday, 22 March 2022
  • , Updated: 22 March 2022, 05:31 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସଫଳ ହେଲା ଅପରେସନ୍ ବୋଲେରୋ। ପର୍ଦ୍ଦାଫାସ୍‌ ହୋଇଛି ବଡ଼ ଧରଣର ଲୁଟ୍‌। ବଲାଙ୍ଗିର ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୨୨ଟି ବୋଲେରୋ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ଦୀର୍ଘ ଦିନ ହେଲା ବଲାଙ୍ଗିର ଜଲ୍ଲାର ଆଖପାଖ ଅଞ୍ଚଳରେ ଚାରି ଚକିଆ ଗାଡ଼ି ଚୋରି ହେଉଥିଲା। ଏନେଇ ଅଭିଯୋଗ ପରେ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇଥିଲା। ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଟିମ୍‌ ସତର୍କତାର ସହିତ ତଦନ୍ତ ଜାରି ରଖିଥିଲା।

ପାଖାପାଖି ବର୍ଷେ ପରେ ପୁଲିସ ହାତରେ ଲାଗିଥିଲେ ଗାଡି ଚୋରା ଗ୍ୟାଙ୍ଗ। ପୁଲିସ୍‌ ୧୭ ଜଣିଆ ଗ୍ୟାଙ୍ଗ ଭିତରୁ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୫ ଜଣଙ୍କୁ ଧରିବା ପ୍ରୟାସ ଜାରି ରଖିଛି। ଏଥିସହ ପୁଲିସ ୨୨ଟି ବୋଲେରୋ ଓ ପିକଅପର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି କହିଛନ୍ତି ବଲାଙ୍ଗିର ଏସ୍‌ପି କହିଛି। ଏଥିସହିତ ଜବତ ମୋଟର୍ସ ପାର୍ଟର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ।

ଗାଡ଼ି ଗୁଡ଼ିକୁ ଆନ୍ଧ୍ରପ୍ରଦେଶ ବୋର୍ଡର, ବରଗଡ, ସିନାପାଲି ଭଳି ବିଭିନ୍ନ ଅଞ୍ଚଳରୁ ଜବତ କରିଛି ପୁଲିସ। ଗିରଫ ଗାଡି ଚୋରଙ୍କ ନାଁରେ ୫୨ଟି ମାମଲା ରୁଜୁ ହୋଇଛି।

Related story