ବଲାଙ୍ଗିରରେ ବସ୍-ଟ୍ରକ୍ ଧକ୍କା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର: ବୁଧବାର ବିଳମ୍ୱିତ ରାତିରେ ବଲାଙ୍ଗିର-ସମ୍ୱଲପୁର ରାସ୍ତାର ବୀରମୁଣ୍ଡା ଛକଠାରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବସର ସମ୍ମୁଖ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ଏଥିରେ ଥିବା ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଜଗଦମ୍ୱା ଟ୍ରାଭେଲ୍ସ ନାମକ ଘରୋଇ ବସ୍ ବଲାଙ୍ଗିରରୁ ସମ୍ୱଲପୁର ପଟକୁ ଯାଉଥିବା ବେଳେ ବୀରମୁଣ୍ଡାଠାରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା […]

bus acc

bus acc

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 05:40 AM IST

Sports

Latest News

ବଲାଙ୍ଗିର: ବୁଧବାର ବିଳମ୍ୱିତ ରାତିରେ ବଲାଙ୍ଗିର-ସମ୍ୱଲପୁର ରାସ୍ତାର ବୀରମୁଣ୍ଡା ଛକଠାରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବସର ସମ୍ମୁଖ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ଏଥିରେ ଥିବା ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଜଗଦମ୍ୱା ଟ୍ରାଭେଲ୍ସ ନାମକ ଘରୋଇ ବସ୍ ବଲାଙ୍ଗିରରୁ ସମ୍ୱଲପୁର ପଟକୁ ଯାଉଥିବା ବେଳେ ବୀରମୁଣ୍ଡାଠାରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲାଇନ୍ ଟ୍ରକ୍ ବସକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଉଭୟ ଗାଡିର ଗତି କମ୍ ଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ। ଏହି ଦୁର୍ଘଟଣା ପରେ ରାସ୍ତା ଜାମ୍ ହୋଇଯିବାରୁ ଦୀର୍ଘ ସମୟ ଧରି ବହୁ ଗାଡି ଅଟକି ରହିଥିଲା । ବଲାଙ୍ଗିର ସଦର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବସ୍, ଟ୍ରକକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos