ତହସିଲ ଅଫିସକୁ ତାଲା ପକାଇଲା ଓକିଲ ସଂଘ, ବାହାରେ ବସିଲେ ତହସିଲଦାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁଣି ଚର୍ଚ୍ଚାକୁ ଫେରିଛି ବଲାଙ୍ଗିର ତହସିଲ। ଆଜି ତହସିଲ କାର୍ଯ୍ୟାଳୟ ଗେଟ୍‌କୁ ବାହାରୁ ତାଲା ପକାଇ ଧାରଣାରେ ବସିଲା ବଲାଙ୍ଗିର ଓକିଲ ସଂଘ। ତେଣୁ ବାଧ୍ୟ ହୋଇ ତହସିଲ ବାରଣ୍ଡାରେ ବସିବସି ଘରକୁ ଯାଇଥିଲେ ତହସିଲଦାର। ଜମି ଦୁର୍ନୀତିରେ ଏହି ତହସିଲର ବାବୁମାନେ କାମ କରୁଥିବା ଅଭିଯୋଗ କିଛି ଦିନ ତଳେ ସତ ପ୍ରମାଣିତ ହୋଇଥିଲା। ଏବେ ଓକିଲ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏହି ତହସିଲରେ ଦୀର୍ଘ ୨ ମାସ ହେବ ଲୋକଙ୍କ […]

lawer

lawer

Niranjan Mishra
  • Published: Monday, 08 August 2022
  • Updated: 08 August 2022, 10:34 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପୁଣି ଚର୍ଚ୍ଚାକୁ ଫେରିଛି ବଲାଙ୍ଗିର ତହସିଲ। ଆଜି ତହସିଲ କାର୍ଯ୍ୟାଳୟ ଗେଟ୍‌କୁ ବାହାରୁ ତାଲା ପକାଇ ଧାରଣାରେ ବସିଲା ବଲାଙ୍ଗିର ଓକିଲ ସଂଘ। ତେଣୁ ବାଧ୍ୟ ହୋଇ ତହସିଲ ବାରଣ୍ଡାରେ ବସିବସି ଘରକୁ ଯାଇଥିଲେ ତହସିଲଦାର। ଜମି ଦୁର୍ନୀତିରେ ଏହି ତହସିଲର ବାବୁମାନେ କାମ କରୁଥିବା ଅଭିଯୋଗ କିଛି ଦିନ ତଳେ ସତ ପ୍ରମାଣିତ ହୋଇଥିଲା। ଏବେ ଓକିଲ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏହି ତହସିଲରେ ଦୀର୍ଘ ୨ ମାସ ହେବ ଲୋକଙ୍କ କାମ କରିବାରେ ଅଫିସମାନେ ମନ ଯୋଗ ଦେଉନାହାନ୍ତି। ଏହି ଅଭିଯୋଗ ମଧ୍ୟ ସତ ପ୍ରମାଣିତ ହୋଇଛି।

ତହସିଲରେ ମ୍ୟୁଟେସନ ପଡ଼ିରହିଛି। ସାର୍ଟିଫାଏଡ୍ କପି ମିଳୁନି। କନଭରସନ କାମ ହୋଇପାରୁନି। ଇନ୍‌କମ୍ ଓ କାଷ୍ଟସାଟିର୍ଫିକେଟ ମିଳୁନି। ଏବେ ନିଯୁକ୍ତ ଥିବା ଅତିରିକ୍ତ ତହସିଲଦାର ୮ ଦିନ ହେବ ଛୁଟିରେ ଥିବା ବେଳେ ତାଙ୍କ ଉପରେ ଏସବୁ ଦାୟିତ୍ୱ ଦେଇଛନ୍ତି ତହସିଲଦାର। ତହସିଲଦାର ମଧ୍ୟ ଲୋକଙ୍କ କାମ ଠିକ୍ ଭାବେ କରୁନାହାନ୍ତି। ଜିଲ୍ଲାପାଳ ତୁରନ୍ତ ଏହାର ସମାଧାନ ନ କଲେ ତହସିଲ ଅଫିସ୍ ତାଲା ଖୋଲାଯିବନି ବୋଲି ଜିଲ୍ଲା ଓକିଲ ସଂଘ ଉପ-ସଭାପତି ସରୋଜ କୁମାର ଗୁପ୍ତା କହିଛନ୍ତି।

ତେଣେ ଲୋକଙ୍କ ଆବେଦନ ମୁତାବକ କାର୍ଯ୍ୟ ହୋଇପାରୁ ନ ଥିବା କହିଛନ୍ତି ଖୋଦ ତହସିଲଦାର ଅମୃତଲାଲ ବେହେରା। ସେ କହିଛନ୍ତି, ସରକାରୀ ଇଣ୍ଟରନେଟ୍ ଖୁବ୍ ଧୀମା ଗତିରେ କାମ କରୁଥିବାରୁ ତହସିଲର ବହୁ କାମ ବାକି ରହିଯାଉଛି। ଆବଦନପତ୍ରଗୁଡ଼ିକ ମଞ୍ଜୁର ହୋଇପାରୁନି। ଆଜି ପ୍ରାୟ ସାଢ଼େ ୧୨ଟା ବେଳେ ବଲାଙ୍ଗିର ଓକିଲ ସଂଘ ତାଙ୍କ ପାଖକୁ ଯାଇ କାମ ଠିକ୍ ହେଉ ନ ଥିବା କହିଥିଲେ। ତେଣୁ ଅଫିସ୍‌ରେ ତାଲା ପକାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଅତିରିକ୍ତ ତହସିଲଦାର ଛୁଟିରେ ଯାଇଥିବାରୁ ଗୋଟିଏ ଆଇଡିରେ ଇଣ୍ଟରନେଟ୍ ସ୍ପିଡ୍ ଅନୁସାରେ ଯାହି ଯେତିକି କାମ ହେଉଛି। ପ୍ରାୟ ୪ ହଜାର ଆବେଦନ ପଡ଼ି ରହିଛି। ତେଣେ ବଲାଙ୍ଗିର ଏକ ସହରାଞ୍ଚଳ ହୋଇଥିବାରୁ ପ୍ରତ୍ୟେକ ଦିନ ୩୦୦ ଆବେଦନ ଆସୁଛି। ଜଣେ ୨୪ ଘଣ୍ଟା ବସିଲେ ବି ଅତିବେଶୀରେ ୧୫୦ଟା ସାର୍ଟିଫିକେଟ ମଞ୍ଜୁର କରିପାରିବ। ଇଣ୍ଟରନେଟ୍ ସ୍ପିଡ୍ ଖୁବୁ ଧିମା ଥିବାରୁ ଅନେକ କାମ ହୋଇ ନ ପାରି ପଡ଼ିରହୁଛି। ପୂର୍ବରୁ ଯୋଗଦେଇଥିବା ଅତିରିକ୍ତ ତହସିଲଦାର ମାତ୍ର କିଛିଦିନ କାମ କରିବା ପରେ ଟ୍ରେନିଂରେ ଯାଇଥିଲେ। ଏହାପରେ ତାଙ୍କ ସ୍ଥାନରେ ପୁଣି ଜଣେ ଅତିରିକ୍ତ ତହସିଲଦାର ଯୋଗଦେଇଥିଲେ। ସେ କିଛିଦିନ କାମ କରିବା ପରେ ଛୁଟିରେ ଯାଇଛନ୍ତି। ଏ ସମସ୍ୟା ନେଇ ସେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବଲାଙ୍ଗିର ତହସିଲରେ ଜମି ଦୁର୍ନୀତି ନେଇ ଖବର ପ୍ରକାଶ ପରେ ତତକାଳୀନ ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କୁ ନିଲମ୍ୱନ କରିଥିଲେ ରାଜ୍ୟ ସରକାର। ଏହାସହିତ ପୁଲିସ ରେକର୍ଡ କିପରକୁ ଗିରଫ କରିଥିଲା। ଡାଟା ଏଣ୍ଟ୍ରି ଅପରେଟରକୁ କାର୍ଯ୍ୟରୁ ବହିଷ୍କାର କରିଥିଲା ପ୍ରଶାସନ।

ଏ ଘଟଣା ପରେ ଦୁଇଜଣ ଅତିରିକ୍ତ ତହସିଲଦାର ଏବଂ ଜଣେ ତହସିଲଦାରଙ୍କୁ ନିଯୁକ୍ତି ଦେଇଥିଲା ଜିଲ୍ଲା ପ୍ରଶାସନ। ତେବେ ଅତିରିକ୍ତ ତହସିଲଦାରମାନେ ପ୍ରାୟ ଛୁଟିରେ ରହୁଥିବା ଓ କର୍ମଚାରୀ ପଦବୀ ଖାଲି ପଡ଼ିବା ଯୋଗୁ ଲୋକଙ୍କୁ ଉପଯୁକ୍ତ ସେବା ମିଳିପାରୁନି। ଲୋକେ ତହସିଲ ଅଫିସ୍‌କୁ କାମରେ ଆସି ହଇରାଣ ହେଉଛନ୍ତି। ବିଶେଷ କରି ନାମଲେଖା ସମୟ ଚାଲୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପଡ଼ୁଥିବା ଇନକମ ଓ କାଷ୍ଟ ସାର୍ଟିଫିକେଟ ତହସିଲ ପକ୍ଷରୁ ମିଳୁନି। ସରକାର ନିର୍ଦ୍ଧାରିତ କରିଥିବା ସମୟ ଭିତରେ ଆବେଦନଗୁଡ଼ିକ ମଞ୍ଜୁରୀ ନ ପାଇ ତହସିଲରେ ପଡ଼ି ରହିବା ଅସନ୍ତୋଷର କାରଣ ହୋଇଛି। ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବାରମ୍ବାର ତହସିଲକୁ ଆସି ନିରାସରେ ଫେରୁଛନ୍ତି। ଏଠାରେ ମୋ ସରକାର ଓ ୫ଟି ବ୍ୟବସ୍ଥା ଥଟାମଜା ପାଲଟିଛି।

ତେଣୁ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ତହସିଲ ଅଫିସ୍‌ରେ ତାଲା ପକାଇ ରଖିବାକୁ ଧମକ ଦେଇଛନ୍ତି ଓକିଲ ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story